ବିଶ୍ୱର ସବୁଠୁ ଧନୀ ରାଜାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା…

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦୁନିଆର ସବୁଠାରୁ ଧନୀ ରାଜାଙ୍କ ବିଷୟରେ, ଯାହାଙ୍କର ଉପହାର ଏକ ଦେଶର ଅର୍ଥବ୍ୟବସ୍ଥା ଧ୍ଵଂସ କରିଦେଇଥିଲା । କିନ୍ତୁ ସେହି ରାଜାଙ୍କର ନିଜର ଦେଶ ଆର୍ଥିକ ସଙ୍କଟ ସହ ଲଢୁଅଛି । ଆଜିର ସମୟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ସମ୍ପତ୍ତି 99ବିଲିୟନ ପାଉଣ୍ଡ(9028ଅର୍ବଟଙ୍କା ଠାରୁ ମଧ୍ୟ ଅଧିକ) ଅଟେ , ସେ ଏହି ରାଜାଙ୍କ ଆଖପାଖରେ ମଧ୍ୟ ନାହାନ୍ତି । ଆମେ ଆପଣଙ୍କୁ କାହାଣୀ କହୁଛୁ , 14ଶ ଶତାବ୍ଦୀରେ ମାଳୀ ଦେଶର ରାଜା ଥିବା ମନସା ମୁଶାଙ୍କର । ମନସା ମୁଶା ଇତିହାସର ସବୁଠାରୁ ଉଦାର ରାଜାଙ୍କ ମଧ୍ୟରୁ ଜଣେ ଥିଲେ । ସେ ଯେଉଁଆଡେ ଯାଉଥିଲେ , ସେଠାରେ ସାଧାରଣ ଲୋକଙ୍କୁ ଏତେ ଉପହାର ଦେଉଥିଲେ ଯେ ସେହି ଦେଶର ଅର୍ଥ ବ୍ୟବସ୍ଥା ଟଳମଳ ହୋଇଯାଉଥିଲା ।

ତାଙ୍କର ଜନ୍ମ 1280ରେ ଏକ ଶାସକ ପରିବାରରେ ହୋଇଥିଲା। ରାଜା ମନସା ମୁଶାଙ୍କ ଭାଇ ମନସା ଅବୁ-ବକର ଯେବେ ଏକ ସାମୁଦ୍ରିକ ଅଭିଯାନରୁ ଫେରିବାରେ ଅସଫଳ ହେଲେ ସେତେବେଳେ ତାଙ୍କ ଭାଇ ମନସା ମୁଶାଙ୍କୁ ସ୍ଵର୍ଣ୍ଣ ସମୃଦ୍ଧ ରାଜ୍ୟ ଉତ୍ତରାଧିକାର ସୂତ୍ରରେ ମିଳିଥିଲା ।

ମନସା ମୁଶାଙ୍କର ରାଜ୍ୟରେ ସ୍ଵର୍ଣ୍ଣ ଓ ଅନ୍ୟ ଦ୍ରବ୍ୟ ମାନଙ୍କର ବ୍ୟାପାର କରୁଥିବା ପ୍ରମୁଖ ବ୍ୟବସାୟ କେନ୍ଦ୍ର ଥିଲା । ଏହି ବ୍ୟବସାୟରୁ ତାଙ୍କୁ ପ୍ରଚୁର ଲାଭ ହେଉଥିଲା । ସେହି ସମୟରେ ମାଳୀ ପାଖରେ ସାରା ଦୁନିଆର ସ୍ଵର୍ଣ୍ଣ ର ପ୍ରାୟ ଅଧ ଅଂଶ ଥିଲା, ଯାହା ଉପରେ ସେଠାକାର ଶାସକ ମନସା ମୁଶାଙ୍କର ଅଧିକାର ଥିଲା

ଥରେ ମୁଶା ସାହାରା ମରୁଭୁମି ଓ ମିଶର ଦେଇ ମକ୍କାକୁ ହଜ ଯାତ୍ରା ନିମନ୍ତେ ଯିବାର ନିଷ୍ପତ୍ତି କଲେ। ମାଳୀରୁ ହଜ ପାଇଁ ବାହାରିବା ସମୟରେ ତାଙ୍କ ପଟୁଆରରେ 60,000ରୁ ଅଧିକ ଲୋକ ହାତୀ, ଘୋଡା, ଓଟ ଓ ଅନ୍ୟ କେତେ ପ୍ରକାର ପଶୁଙ୍କ ସହ ଓ ଭାରି ମାତ୍ରାରେ ଉପକରଣ ପ୍ରଭୁତି ସାମିଲ ଥିଲା । ଯାତ୍ରା ସମୟରେ ସେ କାହିରା ଠାରେ ନିଜର ପଟୁଆର ସହ ତିନି ମାସର ପ୍ରବାସ କରିଥିଲେ ।

ସେହି ମଧ୍ୟରେ ସେ ସେଠାକାର ଲୋକଙ୍କୁ ଉପହାର ଭାବରେ ଏତେ ମାତ୍ରାରେ ସ୍ଵର୍ଣ୍ଣ ଦେଲେ ଯେ ମିଶରର ଅର୍ଥନୀତି ନିମ୍ନଗାମୀ ହୋଇଗଲା । ମୁଶା ଙ୍କ ସ୍ଵର୍ଣ୍ଣ ଉପହାର କାରଣରୁ ପୁରା 10ବର୍ଷ ପର୍ଯ୍ୟନ୍ତ

ମିଶରରେ ସ୍ଵର୍ଣ୍ଣ ମୂଲ୍ୟ କମିଗଲା। ତୀର୍ଥ ଯାତ୍ରା ମଧ୍ୟରେ ମୁଶା ଏତେ ପରିମାଣରେ ସ୍ଵର୍ଣ୍ଣ ଉପହାର ବାଣ୍ଟିଲେ ଯେ ସଂପୂର୍ଣ୍ଣ ମଧ୍ୟ ପୂର୍ବ (ମିଡଲ ଇଷ୍ଟ) କ୍ଷେତ୍ରକୁ ପ୍ରାୟ 1.1ବିଲିୟନ ପାଉନ୍ଡସ (100ଅର୍ବ ଟଙ୍କାରୁ ଅଧିକ)ର ଆର୍ଥିକ କ୍ଷତି ସହିବାକୁ ପଡିଥିଲା ।

ଏହା ସର୍ବମାନ୍ୟ ଯେ ପଶ୍ଚିମ ଆଫ୍ରିକାରେ ଶିକ୍ଷାର ପରମ୍ପରା ଆରମ୍ଭ କରିଥିବା ବ୍ୟକ୍ତି ମନସା ମୁଶା ହିଁ ଥିଲେ । ସାହିତ୍ୟ, କଳା ଓ ବାସ୍ତୁକଳା କୁ ଉତ୍ସାହିତ କରିବାରେ ତାଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ଥିଲା । ତାସହ ସ୍କୁଲ,ପୁସ୍ତକାଳୟ ଓ ମସଜିଦ ଗୁଡିକୁ ଏଥିପାଇଁ ବିତ୍ତ ଘୋଷିତ କରଯାଇଥିଲା ।

ଯେବେ ସେ ହଜ ଯାତ୍ରାରୁ ଫେରୁଥିଲେ ତ ମିଶର ହୋଇ ଗତିକଲେ ତ ସେହି ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ନିମନ୍ତେ ସେ ସ୍ଵର୍ଣ୍ଣ ର ପ୍ରଚଳନରୁ ବାହାର କରିବାର ପ୍ରୟାସ କରିଥିଲେ । ଏଥିପାଇଁ ସେ ସ୍ଵର୍ଣ୍ଣ ସୁଧରେ ଫେରସ୍ତ କରିବା ଆରମ୍ଭ କରିଦେଲେ । ଆର୍ଥିକ ଐତିହାସିକଙ୍କର କହିବା ଅନୁଯାୟୀ ପର୍ଯ୍ୟାପ୍ତ ଦସ୍ତାବେଜ ଅନୁଯାୟୀ ମନସା ମୁଶାଙ୍କ ପାଖରେ କେତେ ଧନ ଥିଲା, ଏହାର ସଂପୂର୍ଣ୍ଣ ଅନୁମାନ ଲଗାଯାଇ ପାରିବ ନାହିଁ ।

Spread the love