ହୃଦରୋଗର ଲକ୍ଷଣ,କାରଣ,ବଞ୍ଚିବାର ଉପାୟ

 ହୃଦରୋଗର ଲକ୍ଷଣ:

ଅଚାନକ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା । ଆପଣଙ୍କ ହାତ, ଅଣ୍ଟା, ବେକ, ଥୋଡି ଏବଂ ପେଟରେ ଯନ୍ତ୍ରଣା ଏବଂ ଛଟପଟ ହେଲା ଭଳି ଅନୁଭୁତ ହେବା । ନିଶ୍ୱାସ ନେବାରେ ଅସୁବିଧା ଉପୁଜିବା, ଥଣ୍ଡା ଝାଳ ବୋହିବା, ମୁଣ୍ଡ ବୁଲାଇବା ଭଳି ଲାଗିବା ବି ହୃଦୟରୋଗରେ ଏକ କାରଣ ହୋଇଥାଏ।

ହୃଦରୋଗର କାରଣ :

ହୃଦରୋଗର ଅନେକ ଗୁଡିଏ କାରଣ ହୋଇପାରେ । ଯେଉଁଥିରେ କୋଲେଷ୍ଟ୍ରୋଲ୍ ବଢିବା, ଧୂମପାନ, ମଦ୍ୟପାନ କରିବା, ଚିନ୍ତାଗ୍ରସ୍ତ ହେବା, ମେଦବହୁଳତା ଏବଂ ଉକ୍ତ ରକ୍ତଚାପ।

ହୃଦରୋଗରୁ ବଞ୍ଚିବାର ଉପାୟ :
ହୃଦରୋଗରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ନିଜ ଜୀବନଚର୍ୟ୍ୟା ତଥା ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା । ମୌସୁମୀ ଫଳ ଏବଂ ତଟକା ପରିବା(ସତେଜ ବା ସିଝା ପରିବା), ରୁଟି କିମ୍ବା ବ୍ରେଡ୍, ସାଲାଡ୍, ପରିବା ସୁପ୍, ଚହ୍ଲା, ଛେନା,କମ୍ ଗରମର ତାଜା ଦୁଗ୍ଧ ଏବଂ ଘିଅ ଆଦିର ସେବନ କରନ୍ତ୍।ଏହାଛଡା ଅଁଳା ମଧ୍ୟ ହୃଦରୋଗ ପାଇଁ ମହୋଷଧି ସାବ୍ୟସ୍ତ ହୋଇଥାଏ । ଏହାକୁ ଆପଣ ତାଜା ଖାଇପାରିବେ କିମ୍ବା ପାଉଡର ଓ ଜୁସ୍ ମାଧ୍ୟମରେ ବି ପିଇପାରିବେ । ସପ୍ତାହରେ ଦୁଇ ରୁ ତିନିଥର ମୁଣ୍ଡରେ ତେଲ ମାଲିସ୍ କରନ୍ତୁ । ଏହା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ ଏବଂ ଅନେକ ରୋଗରୁ ଉପସମ ମଧ୍ୟ ମିଳିଥାଏ ।

Spread the love