ଓମିକ୍ରନର ଦୁଇ ନୂଆ ଉପ ପ୍ରଜାତି ଚିହ୍ନଟ

ବ୍ଲୁମବର୍ଗ: କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ଦୁଇଟି ଉପପ୍ରଜାତିକୁ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।  ପୂର୍ବରୁ ବିଏ.୧ ଓ ବିଏ.୨ ନାମରେ ଓମିକ୍ରନର ଦୁଇଟି ଉପପ୍ରଜାତି ଚିହ୍ନଟ ହୋଇଥିଲା।ଏବେ ଚିହ୍ନଟ ଦୁଇଟି ଉପ ପ୍ରଜାତିକୁ ବିଏ.୪ ଓ ବିଏ.୫ ନାମିତ କରାଯାଇଛି। ବୈଜ୍ଞାନିକ ଦଳର ସଦସ୍ୟ ଟୁଲିଓ ଡି ଓଲିଭିରା କହିଛନ୍ତି ଯେ ନୂଆ ଉପ ପ୍ରଜାତି କେବଳ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ନାହିଁ ବରଂ ଏହା ବିଭିନ୍ନ ଦେଶରୁ ସଂଗୃହୀତ ନମୁନାର ଚିହ୍ନଟ ହୋଇଛି। ଏହି ଉପ ପ୍ରଜାତି ଭୂତାଣୁର ସଂକ୍ରମଣ ବେଗ ଓ ମୃତ୍ୟୁ ହାର ବହୁତ କମ୍। ଏଥିରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡି ନଥାଏ।

Spread the love