ଶିଶୁ ପୁତ୍ରର ଗଳା କାଟିଦେଲା ମାଆ

ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେଇ ରକ୍ତ ନିଗାଡ଼ି ଜୀବନ ନେଲା। ଗୋଟେପଟେ ପଣା ସଂକ୍ରାନ୍ତିର ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଏଭଳି ବିଭତ୍ସ ଘଟଣା ସମସ୍ତଙ୍କୁ ବାକ୍ ଶୂନ୍ୟ କରିଦେଇଛି । ଜନ୍ମ କଲା ପୁତ୍ର ସନ୍ତାନର ଗଳା କାଟିଦେଇଛି ମାଆ  । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ତିନି ବର୍ଷର ପୁଅକୁ ମାଆ ଗଳାକାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଜନ୍ମ କଲା କାହିଁକି ଓ କେଉଁ କାରଣ ପାଇଁ ପୁତ୍ର ସନ୍ତାନଙ୍କୁ ବିଭତ୍ସ ହତ୍ୟା କରିଛି ?  ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread the love