ହାସ୍ୟାସ୍ପଦ ପାଇଁ ଚର୍ଚ୍ଚାରେ ବାଇଡେନ୍‌

ୱାସିଂଟନ: ପୁଣି ଏକ ଅପ୍ରତ୍ୟାଶିତ ଏବଂ ହାସ୍ୟାସ୍ପଦ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଗତ ମଙ୍ଗଳବାର ଦିନ ବାଇଡେନ୍‌ ଲୋୱାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାବେଳେ ଏକ ବିଚିତ୍ର ମୁହୂର୍ତ୍ତର ଶିକାର ହୋଇଥିଲେ। ବାଇଡେନ୍‌ ତାଙ୍କ ଭାଷଣ ଆରମ୍ଭ କରିବା ମାତ୍ରେ ଏକ ପକ୍ଷୀ ତାଙ୍କ ଉପରେ ମଳତ୍ୟାଗ କରିଥିଲା ଏବଂ ପକ୍ଷୀ ମଳ ବାଇଡେନ୍‌ଙ୍କ ସୁଟ୍ ଉପରେ ପଡ଼ିଥିଲା । ଆମେରିକୀୟ ପତାକା ଲାପେଲ୍ ପିନ୍ ଉପରେ ଏହି ପଡ଼ିଥିବା ସ୍ପଷ୍ଟ ଦେଖାଯାଇଥିଲା।ବାଇଡେନ୍‌ଙ୍କ ନୀଳ ସୁଟ୍‌ରେ ପକ୍ଷୀ ମଳ ପଡ଼ିବା ମାତ୍ରେ ସମସ୍ତଙ୍କ ନଜର ଏହା ଉପରକୁ ଯାଇଥିଲା ଏବଂ ଇଣ୍ଟରନେଟ୍‌ରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଆମେରିକାରେ ଦରଦାମ ବୃଦ୍ଧି ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଦାୟୀ କରି ତାଙ୍କ ନିଷ୍ପତ୍ତିକୁ ବାଇଡେନ୍‌ କଡ଼ା ସମାଲୋଚନା କରିବା ସମୟରେ ହିଁ ପକ୍ଷୀଟି ମଳତ୍ୟାଗ କରିଥିବାରୁ ଏହାକୁ ନେଇ ନେଟିଜେନ୍‌ମାନେ ନାନା ଟିପ୍ପଣୀ କରୁଛନ୍ତି।

Spread the love