ଜାଣନ୍ତୁ କାହିଁକି ଫୋନ କଲ ଅପେକ୍ଷା ହ୍ୱାଟ୍ସଆପ୍ କଲ୍ ପସନ୍ଦ କରୁଛନ୍ତି ଲୋକେ

କିଛି ଦିନ ପୂର୍ବର କଥା, ଗୋଟେ ସାଙ୍ଗ ସହିତ ଫୋନରେ କଥା ହେଉଥିଲି । କଥା ହେବା ସମୟରେ ହଠାତ୍ ସେ ଫୋନ କାଟିଦେଲା ଓ ହ୍ୱାଟ୍ସଆପ୍ କଲ କରିବାକୁ କହିଲା । ସେ ବହୁତୁ ପୁରୁଣା ସାଙ୍ଗ ଥିଲା ଓ ଆମ ଭିତରେ ଭରସା ବି ଥିଲା । ସେଥିପାଇଁ ମୋତେ ଟିକେ ଅଜିବ ଲାଗିଲା କାରଣ ସେଦିନ ନେଟୱାର୍କ ମଧ୍ୟ ଠିକ୍ ଥିଲା । କଣ ଆପଣ ବି ନୋଟିସ କରିଛନ୍ତି କି ଏବେ ଆପଣଙ୍କ ଫୋନକୁ ପୂର୍ବ ଅପେକ୍ଷା ଅଧିକ ହ୍ୱାଟ୍ସଆପ କଲ ଆସୁଛି । ଖାସକରି ସେତେବେଳେ ଯେବେ କିଛି ସମ୍ୱେଦନଶୀଳ କଥା ଆସୁଛି ।  କିଛି ଜିନିଷ ଧିରେ ଧିରେ ବୁଝାପଡିଥାଏ । କେବେ ଆପଣ ଭାବିଛନ୍ତି କି ଆମ ଜାବନ ଭିତରେ ଏତେ ମାତ୍ରାରେ ହ୍ୱାଟ୍ସଆପ କଲ କାହିଁକି ଆସୁଛି ? ସାମାନ୍ୟ ଫୋନ୍ କଲ ବଦଳରେ ହ୍ୱାଟ୍ସଆପ୍ କଲର ମାତ୍ରାଧିକ ବ୍ୟବହାରର କାରଣ କେବଳ ଖରାପ ନେଟୱାର୍କ ନୁହେଁ । ଏଥିରେ ବହୁତ କଥା ରହିଛି । ଲୋକମାନେ ଜଣେ ଜଣଙ୍କ ସହିତ କଥା ହେବାପାଇଁ ଏବେ ଡରୁଛନ୍ତି । ସେମାନଙ୍କୁ ଭୟ ଅଛି କି ସେମାନଙ୍କ କଥା ରେକର୍ଡ କରାଯାଇପାରିବ । ସେମାନେ ଯେଉଁମାନଙ୍କ ସହିତ ସୁଖ ଦୁଃଖ କଥା ସେୟାର କରୁଛନ୍ତି, ସେମାନଙ୍କ ଉପରେ ଭରସା କରୁନାହାନ୍ତି । ଗୋଟିଏ ପଟେ ଅନ୍ୟଜଣଙ୍କ ଉପରେ ଭରସା କରିପାରୁନାହାନ୍ତି, ଅନ୍ୟପଟେ ଆଉ କାହାର ଭରସାକୁ ଭାଙ୍ଗୁଛନ୍ତି । ଗୋଟିଏ ସମୟରେ ଏହି ଦୁଇଟି ଜିନିଷ ହେଉଛି । କେବେ କାହାର ଫୋନ କଲ୍, କେବେ କାହାର ଚାଟ୍‌ର ସ୍କ୍ରିନସଟ୍, କେବେ କୌଣସି ଭିଡିଓ , କିଛି ବି ପବ୍ଲିସ ହୋଇଯାଉଥିଲା । 

ହ୍ୱାଟ୍ସଆପ୍‌ରେ କଲ କଲେ କଲ ରେକର୍ଡିଂର ସମ୍ଭାବନା ନଥାଏ, ତେଣୁ ଏବେ ଇନସିକ୍ୟୁର ଅନୁଭବ କରୁଥିବା ଲୋକମାନେ ହ୍ୱାଟ୍ସଆପ୍ କଲ୍‌କୁ ବେଶି ବ୍ୟବହାର କରୁଛନ୍ତି । ସବୁଠାରୁ ବେଶି ଏହି ହ୍ୱାଟ୍ସଆପ୍ କଲ କରୁଛନ୍ତି ଆଜିର ଯୁବବର୍ଗ ବିଶେଷ କରି ଯେଉଁମାନେ ଗାର୍ଲଫ୍ରେଣ୍ଡ କିମ୍ୱା ବୟଫ୍ରେଣ୍ଡ ରଖୁଛନ୍ତି । ରାତି ଅଧରେ କଲ ୱେଟିଂ ରହିଲେ ବିଶେଷ କରି ଘର ଲୋକଙ୍କୁ ଉତ୍ତର ଦେବା ସବୁଠାରୁ କଷ୍ଟକର ପାଠ । ତେଣୁ ଏବେ ପ୍ରେମୀଯୁଗଳମାନେ ଫୋନକଲ ବଦଳରେ ହ୍ୱାଟ୍ସଆପ୍ କଲ ମାଧ୍ୟମରେ କଥା ହେଉଛନ୍ତି । ହ୍ୱାଟ୍ସଆପ୍‌ରେ କଥା ହେବା ସମୟରେ ଯଦି କେହି ତାଙ୍କ ଫୋନକୁ କଲ କରେ ତେବେ ଆଉ କଲ ୱେଟିଂ ଦେଖାଇବ ନାହିଁ କିମ୍ୱା କାହାକୁ ଭୟ କରିବାକୁ ପଡିବ ନାହିଁ । ବିଶେଷକରି ରାତିରେ କଥା ହେବା ବେଳେ ପ୍ରେମୀଯୁଗଳମାନେ ବେଶିମାତ୍ରାରେ ଏହି କଲ ବ୍ୟବହାର କରୁଥିବା ଜଣାପଡିଛି ।  

Spread the love