ପାନ ମସଲା ବିଜ୍ଞାପନ କରି ଫଶିଲେ ଅକ୍ଷୟ କୁମାର

ମୁମ୍ବାଇ ୧୭।୪: ବିମଲ ଅଳେଇଚର ନୂଆ ବିଜ୍ଞାପନ ଏବେ ପ୍ରସାରଣ ହେଉଛି। ପୂର୍ବରୁ ଏହି ବିଜ୍ଞାପନ ଚିତ୍ରରେ ଶାହରୁଖ ଖାନ ଓ ଅଜୟ ଦେବଗନ ଅଭିନୟ କରୁଥିବା ବେଳେ ଏବେ  ଅକ୍ଷୟ କୁମାରଙ୍କୁ ଦେଖା ଯାଉଛି। ଏହି ଆଡ ପ୍ରସାରଣ ପରେ ସୋସିଆଲ ମିଡିଆରେ ଖିଲାଡି କୁମାର ଏବେ ଜୋରଦାର ଟ୍ରୋଲ ହେଉଛନ୍ତି। ଏବେ ସିବିଏଫସିଙ୍କ ପୂର୍ବତନ ମୁଖ୍ୟ ପହଲାଜ ନିହାଲିନୀ ପ୍ରସଙ୍ଗରେ ନିଜ ରାୟ ରଖିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଯେବେଠୁ ଅକ୍ଷୟ କୁମାର ଟିଭିରେ ବାହାରି ମୁହଁ କେଶରୀ  ବୋଲି କହିଲେଣି ତାଙ୍କ ଫ୍ୟାନସ୍‌ଙ୍କୁ ମଧ୍ୟ ଏହା ଖଟକଉଛି। ଏବେ ତାଙ୍କ ଉପରେ ଫିଲ୍ମ ନିର୍ମାତା ପହଲାଜ ନିହାଲିନି ବି ମନ୍ତବ୍ୟ ଦେବାରେ ଲାଗିଲେଣି। ଗୋଟିଏ ପଟେ ଜଣେ ଜଣାଶୁଣା ସୁପର ଷ୍ଟାର ଜନତାଙ୍କୁ ସିଗାରେଟ ଉପରେ ଖର୍ଚ୍ଚ ନ କରିବାକୁ ପରାମର୍ଶ ଦେଉଛନ୍ତି  କିପରି ସେହି ପଇସା ସେ କିପରି ପାନମସଲା ଉପରେ ଉଡେଇବାକୁ କହୁଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ନିହାଲିନୀ। ଏପରି ବିଜ୍ଞାପନ ଜନତାଙ୍କୁ ବାସ୍ତବିକ ଭ୍ରମିତ କରିବା ଭଳି ବୋଲି ସେ କହିଛନ୍ତି।

ପୂର୍ବତନ ସେନସର ବୋର୍ଡ ମୁଖ୍ୟ ବଲିଉଡ ଅଭିନେତ୍ରୀଙ୍କ ଉପରେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଭିନେତ୍ରୀମାନେ ନ୍ୟୁଡିଟିର ପ୍ରଚାର ପ୍ରସାର ସୋସିଆଲ ମିଡିଆରେ କରୁଥିବା ବେଳେ ଲୋକେ ମଧ୍ୟ ମାଗଣାରେ ବେଶ ଲାଭ ଉଠାଉଥିବା କହିଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ଭାରତରେ ରାଜନୀକାନ୍ତ, ବିଜୟ ଓ ଖୁସବୁଙ୍କ ଲାଗି ମନ୍ଦିର ନିର୍ମିତ ହୋଇଛି। ଲୋକେ କେତେ ଇଜ୍ଜତ କରୁଛନ୍ତି ସେମାନଙ୍କ କଳାକାରଙ୍କୁ ସେମାନଙ୍କ ତୁଳନାରେ ଦେଖିବାକୁ ଗଲେ ବଲିଉଡର କଳାକାର ଏପରି ସମ୍ମାନ ଏପର୍ଯ୍ୟନ୍ତ ଦର୍ଶକଙ୍କ ଠାରୁ ପାଇ ନାହାନ୍ତି ବୋଲି ନିହାଲିନୀ କହିଛନ୍ତି।

ନିହାଲିନୀ କହିଛନ୍ତି ଯେ ଅକ୍ଷୟଙ୍କ ଛବି ବଲିଉଡରେ ବେଶ ସଫାସୁତୁରା। ତାଙ୍କୁ ଜନତା ଜଣେ ନାୟକ ଭାବେ ଦେଖନ୍ତି। ଏଥିରେ ସେ ପାନମସଲା ବ୍ରାଣ୍ଡର ପ୍ରଚାର କ’ଣ ପାଇଁ କରୁଛନ୍ତି ସେ ନେଇ ନିହାଲିନୀ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ କେବଳ ଅକ୍ଷୟ କୁମାର ନୁହନ୍ତି ଗୋବିନ୍ଦା ମଧ୍ୟ କ୍ୟାନସର କାରକ ସାମଗ୍ରୀର ପ୍ରଚାର କରୁଛନ୍ତି। ଏହା ଜାତୀୟ ସ୍ୱାସ୍ଥ୍ୟ ଲାଗି ହାନିକାରକ କି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏପରି ବିଜ୍ଞାପନର ଅଂଶ ହେଉଥିବା ଅଭିନେତା ଓ ଅଭିନେତ୍ରୀମାନେ ଜାଣି ରଖିବା ଉଚିତ ଯେ ସେମାନେ ବେଆଇନ ଗତିବିଦ୍ଧିରେ ସାମିଲ ହେଉଛନ୍ତି।

Spread the love