ପୁଣି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଫମ୍ପା ଧମକ

 ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିବ୍ରତ ହୋଇ ଉଠିଛି । ସମସ୍ତ ଚେଷ୍ଟା କରି ସୁଦ୍ଧା ବିଫଳ ହେବା ପରେ ପାକିସ୍ତାନ ଏବେ ପାଗଳ କୁକୁର ଭଳି ହେଉଛି । ଫମ୍ପା ମାଠିଆର ଶବ୍ଦ ବେଶୀ ଭଳି ଧମକ ଉପରେ ଧମକ ଦେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ତରରୁ କୌଣସୀ ସହଯୋଗ ଓ ସମର୍ଥନ ନମିଳିବାରେ ପାକିସ୍ତାନ ଏବେ ପ୍ରତିଦିନ ମିଥ୍ୟା ଧମକ ଦେଉଛି । ଆଜି ପାକର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କୁରୈଶୀ ପୁଣି ଥରେ କହିଛନ୍ତି କି, ଭାରତ ସହ ଯୁଦ୍ଧ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । 

ସୂଚନା ମୁତାବକ, ଇସଲାମବାଦରେ କାଶ୍ମୀର ପ୍ରସଙ୍ଗରେ ଆୟୋଜିତ ଏକ ସେମିନାରରେ କୁରୈଶୀ କହିଛନ୍ତି କି, ପାକିସ୍ତାନ କାଶ୍ମୀରର ଅଧୀକାର ରକ୍ଷା କରିବା ପାଇଁ କୌଣସୀ ସ୍ତରକୁ ଯାଇ ପାରିବ । ଭାରତ ସେଠାରେ ବେଆଇନି ଭାବରେ ଧାରା ୩୭୦ ଉଚ୍ଛେଦ କରି ବହୁ ଅସୁବିଧା ସୃଷ୍ଟି କରୁଛି । ଏହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛୁ । ଆସନ୍ତା ମାସରେ ଏହି ମାମଲାକୁ ମିଳିତ ଜାତିସଙ୍ଘରେ ଉଠାଯିବ । 

ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଯୁଦ୍ଧ ପାଇଁ ଧମକ ଦେଇଥିଲେ । ଭାରତ ସହ ବାର୍ତ୍ତାଳାପ ଜାରୀ ରଖିବାକୁ ଚାହୁଁ ନାହାଁନ୍ତି ବୋଲି ସେ କହିଛନ୍ତି । ଯଦି ପାକିସ୍ତାନ ବିରୋଧରେ ଭାରତ କୋଣସି ସୈନ୍ୟ କାର୍ଯ୍ୟନୁଷ୍ଠାନ ନେବ ତେବେ ପାକିସ୍ତାନ ଏହାର କଡା ଜବାବ ଦେବ ବୋଲି କହିଥିଲେ ଇମରାନ ଖାନ । 

Spread the love