ମଧୁମେହ ରୋଗୀଙ୍କ ପାଇଁ ଗୁଡ ଚା’

ଆଜି କାଲି ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି ତେଣୁ  ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଜରୁରୀ । ଖରାପ ଖାଦ୍ୟାଭ୍ୟାସ ଯୋଗୁଁ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହୁଅନ୍ତି । ସେହି କାରଣରୁ ମଧ୍ୟ ସେମାନଙ୍କର ରକ୍ତ ଶର୍କରା ଅନିୟନ୍ତ୍ରିତ ହୋଇଥାଏ । ଏପରି ରୋଗୀମାନଙ୍କୁ ସେମାନଙ୍କର ବିଶେଷ ଯତ୍ନ ନେବାକୁ ପଡିବ । କେଉଁ ଜିନିଷ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହେଁ ଏହା ମଧ୍ୟ ସେମାନଙ୍କ ପାଇଁ ଏକ ବଡ ପ୍ରଶ୍ନ । ଅନେକ ଲୋକ ଏହା ମଧ୍ୟ ଭାବନ୍ତି ଯେ ମଧୁମେହ ରୋଗରେ ଗୁଡ ଚା’ ଫିଇବା ଉଚିତ କି ନୁହେଁ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ଏବଂ କ୍ଷତି ବିଷୟରେ ।

ଗୁଡ ଚା’ ମଧୁମେହ ପୀଡିତ ଲୋକଙ୍କ ପାଇଁ ଉପକାରୀ ହୋଇପାରେ । କିନ୍ତୁ ଏହା ଖାଇବା ପୂର୍ବରୁ ଆପଣଙ୍କୁ ଅନେକ ଜିନିଷର ଯତ୍ନ ନେବାକୁ ପଡିବ । ଚିନି ଅପେକ୍ଷା ଗୁଡ ଅଧିକ ଲାଭଦାୟକ ହୋଇଥାଏ । ଗୁଡରେ ଫସଫରସ୍, ଆଇରନ୍, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ରହିଥାଏ । ଏହା ବ୍ୟତୀତ ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ମିଳିଥାଏ । ଶୀତଦିନେ ଗୁଡ ଖାଇବା ଦ୍ବାରା ଶରୀରରେ ଉତ୍ତାପ ସୃଷ୍ଟି ହୋଇଥାଏ । ଯାହା ଆପଣଙ୍କୁ ଭିତରୁ ଗରମ ରଖେ । ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଆପଣ ଗୁଡ ଖାଇପାରିବେ ।

ମଧୁମେହରେ ଗୁଡ ଚା’ ପିଇପାରିବା । ଏହାଦ୍ବାରା ଅଧିକ କ୍ଷତି ହୋଇନଥାଏ । କେବଳ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଆପଣ ଏହାକୁ ଅଳ୍ପ ପରିମାଣରେ ବ୍ୟବହାର କରିବେ । କାରଣ ଏହା ଅତ୍ୟଧିକ ଗରମ ହୋଇଥାଏ । ଏଭଳି ସ୍ଥିତିରେ ଗୁଡ ଖାଇବା ଦ୍ବାରା ଶରୀରକୁ ଉତ୍ତାପ ମିଳିଥାଏ । କିନ୍ତୁ ରକ୍ତରେ ଶର୍କରା ସ୍ତର ବଢିବାର ଆଶଙ୍କା ଥାଏ । ତେଣୁ ରକ୍ତରେ ଶର୍କରା ନିୟନ୍ତ୍ରଣ ରଖିବା ପାଇଁ ଅଳ୍ପ ପରିମାଣରେ ଗୁଡ ଚା’ ପିଅନ୍ତୁ ।

Spread the love