୪୩ତମ ବୈଶାଖୀ ମହୋତ୍ସବକୁ ଉଦଘାଟନ କଲେ ଗଣେଶୀ ଲାଲ

୪୩ତମ ବୈଶାଖୀ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । ଏପ୍ରିଲ୍‌ ୧୫ରୁ ଚିନ୍ତା ଓ ଚେତନା ପକ୍ଷରୁ ଜୟଦେବ ଭବନରେ ବୈଶାଖୀ ମହୋତ୍ସବ ଚାଲିଥିଲା । ଆଜି ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦୈନିକ ସମ୍ବାଦପତ୍ର ଧରିତ୍ରୀର ସମ୍ପାଦକ ତଥାଗତ ଶତପଥିଙ୍କୁ ନୀଳାଚଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହା ବ୍ୟତୀତ କଳା ଓ ସଂସ୍କୃତି ସହ କୋଭିଡ୍‌ ସମୟରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ଥିବା ପୋଲିସ ଓ ଡାକ୍ତରଙ୍କୁ ବୈଶାଖୀ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମଞ୍ଚରେ ଗୋଟି ପୁଅ ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love