କଟକ ଚଣ୍ଡୀ ମନ୍ଦିରରେ 5T ସଚିବ

କଟକ ୨୧।୦୪: କଟକ ଚଣ୍ଡୀ ମନ୍ଦିରରେ 5T ସଚିବ । କଟକରେ ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାମର ସମୀକ୍ଷା କଲେ 5T ସଚିବ ଭି କେ ପାଣ୍ଡିଆନ୍ । ପ୍ରକଳ୍ପର ରୁପରେଖ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ପାଣ୍ଡିଆନ୍ । ପ୍ରକଳ୍ପ ସମୀକ୍ଷାରେ ଜିଲ୍ଲାପାଳ, ଡିସିପି ମଧ୍ୟ ଉପସ୍ଥିତ ଥିଲେ ।

ସେହିପରି ଚଣ୍ଡୀ ମନ୍ଦିର ଚତୁଃପାଶ୍ୱର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଆଗାମୀ ଦିନରେ ମନ୍ଦିରକୁ ହେରିଟେଜ ରୂପ ଦେଵା ପାଇଁ ଯୋଜନା କରାଯାଇଛି । ଏହାସହିତ ସ୍ବତନ୍ତ୍ର ପାର୍କିଂ ସ୍ଥାନ ଓ ସପିଙ୍ଗ କମ୍ପ୍ଲେକ୍ସ ତିଆରି ପ୍ରସ୍ତାବ ମଧ୍ୟ ରହିଛି । ଆସନ୍ତା ୭ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେଵ ପ୍ରଶାସନ । ଏହାପରେ ପ୍ରକଳ୍ପ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଵ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Spread the love