ଘର ତିଆରି ହେବ ମହଙ୍ଗା

ନୂଆଦିଲ୍ଲୀ: ଏବେ ଘର ତିଆରି କରିବା ହେବ ମହଙ୍ଗା। ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ କମ୍ପାନୀଗୁଡ଼ିକ ବର୍ତ୍ତମାନ ସିମେଣ୍ଟ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।  ଦେଶରେ ସିମେଣ୍ଟ ଦାମ୍ ବଢ଼ିବାର ଆଶଙ୍କା କରାଯାଉଛି । ଏହି ମାସରେ ସିମେଣ୍ଟ ବ୍ୟାଗ୍‌ ପ୍ରତି ୨୫ରୁ ୫୦ଟଙ୍କା ଯାଏ ବୃଦ୍ଧି ପାଇବ ବୋଲି କୁହାଯାଉଛି ।ସିମେଣ୍ଟ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ଘର ନିର୍ମାଣ କରିବାରେ ଅସୁବିଧାର ସମ୍ମୁଖିନ ହେବେ । ସିମେଣ୍ଟ ଦରକୁ ନେଇ ରେଟିଂ ଏଜେନ୍ସି କ୍ରିସିଲ କହିଛି ମାତ୍ର ଗତ ୧ ବର୍ଷ ମଧ୍ୟରେ ସିମେଣ୍ଟ ବ୍ୟାଗ ମୂଲ୍ୟ ୩୯୦କୁ ବୃଦ୍ଧି ପାଇଛି । ପୁଣି ବର୍ତ୍ତମାନ ସିମେଣ୍ଟ ଦର ବୃଦ୍ଧି ପାଇଲେ ଏହା ୪୧୫ରୁ ୪୩୫ ଟଙ୍କାକୁ ବୃଦ୍ଧି ପାଇବ।

Spread the love