ଚାଷୀଙ୍କ ଆୟ ବୃଦ୍ଧି ପାଇଁ ପାଇଲଟ ପ୍ରକଳପର ଶୁବାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଭବନରେ ଭିଡିଓ କନଫରରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପାଇଲଟ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ଚାଷୀର ଶିକ୍ଷା,ସ୍ବାସ୍ଥ୍ୟ ଓ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା । ପ୍ରଥମ ପର୍ଯ୍ୟାୟରେ ହଜାରେ ଜଣ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ 5କୋଟି 20 ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ମୁଖ୍ୟତଃ ଏହି ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ବିକାଶ ଦିଗରେ ବେଶ୍ ସହାୟକ ହେବ । ଏଥିସହ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଲେମନ ଗ୍ରାସ, ହଳଦୀ, ସୁଗନ୍ଧ ତୈଳ, ମେଡିସିନାଲ ପ୍ଲାଣ୍ଟ ଉତ୍ପାଦନ ହେବା 2 ବର୍ଷର ଅବଧି ରଖାଯାଇଛି । କିନ୍ତୁ 8 ମାସ ମଧ୍ୟରେ ଏହାର ଫଳାଫଳ ମିଳିବ ବୋଲି ଗବେଷଣା ସଂସ୍ଥାର ଅଧିକାରୀ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ନବରଙ୍ଗପୁର ଜିଲ୍ଲାକୁ ପାଇଲଟ ଜିଲ୍ଲା ଭାବେ ନିଆଯାଇ ଏହି କାର୍ଯ୍ୟକ୍ରମ ହୋଇଛି । ଜିଲ୍ଲାରେ ଏହାର ସଫଳତା ପରେ ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ସଂପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅପରପକ୍ଷରେ ଏହି ବୈଠକରେ ଉପସ୍ଥିତ ଥିବା ଚାଷୀମାନେ ଉକ୍ତ ପଦ୍ଧତିକୁ ସ୍ବାଗତ କରିଛନ୍ତି । ଯଦି ଜଳସେଚନର ସୁବିଧା ହୋଇନପାରିବ ତେବେ ଯେକୌଣସି ଯୋଜନା କରିଲେ ମଧ୍ୟ ତାହାର ସୁଫଳ ମିଳିପାରିବନାହିଁ ବୋଲି ଚାଷୀ କହିଛନ୍ତି । ଏହି ଅବସରରେ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love