ବରମୁଣ୍ଡା ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ଚକାଡୋଳା

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ଚକାଡୋଳା ନାମକ ବସ୍‌ରେ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । ତେବେ ବସ୍‌ଟି ଦୀର୍ଘ ଏକ ଘଣ୍ଟା ଧରି ବସ୍‌ଟି ଜଳୁଥିବାବେଳେ ଅଗ୍ନିଶମବାହିନୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ବସ୍‌ଷ୍ଟାଣ୍ଡରେ ଉପସ୍ଥିତ  ଯାତ୍ରୀ ଏବଂ ବ୍ୟବସାୟୀମାନେ ଭୟଭୀତ ହୋଇଯାଇଥିଲେ ।   ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଛଳ  କରିଥାଏ । ତେବେ ପ୍ରତିଦିନ ଷ୍ଟାଣ୍ଡରେ ଶହ ଶହ ଆସି ରହିଥାନ୍ତି ।

Spread the love