୧୨ଟି ପ୍ରଶ୍ନର ଉତ୍ତର ଦେଇ ନୁପୁର ୧୨.୫୦ଲକ୍ଷ ଟଙ୍କାର ବିଜୟିନୀ

ଏକଦା ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷଣା କରି ଅଳିଆଗଦାରେ ଫିଙ୍ଗି ଦେଇଥିଲେ। କିନ୍ତୁ ଜଣେ ସମ୍ପର୍କୀୟଙ୍କ ହେତୁ ଉକ୍ତ ଶିଶୁକୁ ନୂଆ ଜୀବନ ମିଳିଥିଲା। ଆଜି ସେହି ଶିଶୁଟି ବଡ଼ ହୋଇ କୁଇଜ୍ ସୋ’ କୌନ ବନେଗା କରୋଡ଼ପତି (କେବିସି)ରେ ଭାଗ ନେଇ ବିଜୟିନୀ ହୋଇଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ୨୯ବର୍ଷ ବୟସ୍କା ନୂପୁର ସିଂହ  ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ରେ ଭାଗ ନେଇଥିଲେ। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ୧୨ଟି ପ୍ରଶ୍ନର ଉତ୍ତର ଦେଇ ନୁପୁର ୧୨.୫୦ଲକ୍ଷ ଟଙ୍କାର ବିଜୟିନୀ ହୋଇଛନ୍ତି।।

ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ବିଘାପୁରରେ  ଦିବ୍ୟାଙ୍ଗ ନୂପୁର ସିଂଙ୍କ ଜନ୍ମ। ନୂପୁର ରାମ କୁମାର ସିଂ ଓ କଳ୍ପନା ସିଂହଙ୍କ ଝିଅ। ତାଙ୍କ ବାପା ଜଣେ କୃଷକ।  ତେବେ ନୂପୁର ଜନ୍ମ ହେବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଜଣେ ସମ୍ପର୍କୀୟ ତାଙ୍କ ଶରୀରରେ ଜୀବନ ଥିବା ଅନୁଭବ କରି ତାଙ୍କୁ ଘରକୁ ନେଇଆସିଥିଲେ।  ମାତ୍ର ଜନ୍ମର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ଅସାବଧାନତା କାରଣରୁ ନୂପୁର ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ନୂପୁର ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ। ମେଧାବୀ ଛାତ୍ରୀ ଭାବେ ସେ ସ୍କୁଲ, କଲେଜରେ ଅନେକ ନାମ କମାଇଥିଲେ। ଏପରିକି ପ୍ରଥମ ଥରରେ ବିଏଡ୍‌ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ଏବେ ସେ ଏକ ପ୍ଲେ ଗ୍ରୁପ୍‌ ସହ ଜଡିତ ଥିବା ବେଳେ ଦଶମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

Spread the love