ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା, ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ କଲେ ନିବେଦନ

ପୁରୀ, ୨୫/୦୪: ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୁରୀର ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନେଇ ମୁହଁ ଖୋଲିଛନ୍ତି ଗଜପତି। ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସେ ନିବେଦନ କରିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ତେଣୁ ସମସ୍ତେ ମିଶି ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ଉଚିତ୍ ବୋଲି ଗଜପତି କହିଛନ୍ତି।  ସେପଟେ ଗତ କିଛି ଦିନ ଧରି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ କିଛି ନିର୍ଦ୍ଧିଷ୍ଟ ଲୋକେ, ସଂଗଠନ ଓ ରାଜନେତା ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି ।

ଆଜି ପୁରୀ ଗସ୍ତରେ ଆସିଥିବା ବିଶ୍ୱ ହିନ୍ଦୁ ପରିଷଦର ଅନ୍ତଃରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଭାଇ ତୋଗାଡିଆ ବିକାଶ ନାଁରେ ମଠ, ମନ୍ଦିର ଭାଙ୍ଗି ବିନାଶ ନକରିବାକୁ କହିଛନ୍ତି। ସୌନ୍ଦର୍ଯ୍ୟକାରଣ ନାମରେ ଧର୍ମାନୁଷ୍ଠାନକୁ ବିନାଶ କରିବା ଠିକ୍ ନୁହେଁ । ତେବେ ଗଜପତିଙ୍କ ପ୍ରତିକ୍ରିୟା ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ରହିଥିବା ଦ୍ଵନ୍ଦ ଓ ଆଶଙ୍କା ଦୂର ହେବ ବୋଲି ଆଶା କରାଯାଉଛି।

Spread the love