ଆଜିର ରାଶିଫଳ

ମେଷ– ଆପଣଙ୍କର ଯୋଗ ପ୍ରଭାବରେ ଏକାଧାରାରେ ଅର୍ଥ, ସମ୍ମାନ, କାର୍ଯ୍ୟ ସିଦ୍ଧି ସୁଖ ସମୃଦ୍ଧିର ପରିଚାୟକ ହେବ। ଧର୍ମ ଭାବରେ ଚନ୍ଦ୍ର ହେତୁ ମାଙ୍ଗଳିକ କାମରେ ଯୋଗ ଦେଇ ବନ୍ଧୁବତ୍ସଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।ନୂଆ ବ୍ୟବସାୟ ଲାଭ ହେବ।ଅସୁସ୍ଥତା ଅନୁୁୁଭବ କରିବେ।

ବୃୃଷ- ଆଜି ଆଷ୍ଟମ ଚନ୍ଦ୍ର ସାଙ୍ଗକୁ ଦ୍ୱାଦଶସ୍ଥ ରାହୁଙ୍କ ଯୋଗୁଁ ଅର୍ଥ ସମ୍ପର୍କିତ ବିବାଦ ଉପୁଜି ପାରେ । ଅଫିସ୍‌ରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିବାର ଆଶଙ୍କା ରହିଛି । କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ । ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୫ ।ରୋଗମୁୁକ୍ତ ହେବେ।

 ମିଥୁନ – ଆସନ୍ତାକାଲି ଗ୍ରହ ସ୍ଥିତି ଭଲ ଥିବା ହେତୁ ଜୀବନ ଯାତ୍ରାସାବଲୀଳ ରହିବ । ଧନାଧିପ ଚନ୍ଦ୍ରଙ୍କ ପ୍ରଭାବରେ ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ । ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ମାର୍ଗ ଦର୍ଶକ ସାଜିପାରନ୍ତି । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।ରୋଗ ମୁକ୍ତ ହେବେ।ସ୍ମରଣଶକ୍ତ୍ତି୍ବଢ଼ିବ।

କର୍କଟ–ରାଶ୍ୟାଧିପ ଷଷ୍ଠଭାବସ୍ଥ ହେତୁ ଦୃଢ ପଦକ୍ଷେପ ନେଇ କାର୍ଯ୍ୟହାସଲ କରିବେ । ପ୍ରତ୍ୟେକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । ଅବଶ୍ୟ ପୂର୍ବ ସମସ୍ୟା ଲାଗି ରହିବା କାରଣରୁ ସାମୟିକ ମନ ଭାରାକ୍ରାନ୍ତ ରହିବ । ଶୁଭ ରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୭ ।

  ସିଂହ – ପରିବାର ସକାଶେ ସମସ୍ତ ସୁବିଧା କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ । କର୍ମକ୍ଷେତ୍ରରେ  ବ୍ୟସ୍ତବିବ୍ରତ ହୋଇ ପାରନ୍ତି । ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

 କନ୍ୟା–ବ୍ୟୟାଧିପ ଅଷ୍ଟମସ୍ଥ ହେତୁ ସମସ୍ୟା ସମାଧାନର ମାର୍ଗ ଉନ୍ମକ୍ତ କରିବ । ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବିବାଦୀୟ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

 ତୁଳା– ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ ଉଠିପାରେ । ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ । ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହ ପ୍ରଦ ହେବ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।ଆତ୍ମ ସନ୍ତୋଷ ଲାଭ କରିବେ ।

 ବିଛା–କୋଣ ଭାବସ୍ଥ ବୃହସ୍ପତି ଅର୍ଥ ଓ ସମ୍ମାନ ପ୍ରଦାନରେ ସମର୍ଥ ହେବେ । ଚନ୍ଦ୍ର ପ୍ରଭାବରେ ବିଭିନ୍ନ ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହାଁଇବା ଠିକ୍‌ହେବନି । ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୪ ।କାର୍ଯ୍ୟ ବ୍ୟସ୍ତ ରହିବେ । ନୂଆବ୍ୟବସାୟଲାଭହେବ ।

 ଧନୁ – ସ୍ୱରାଶିରେ ଚନ୍ଦ୍ରଙ୍କ ଯୋଗୁ କ୍ଷେତ୍ରରେ ସବୁ କଥା କୁହାଲୁକା ଭାବିଲେ କ୍ଷତିରେ ପଡିବେ । ଶେୟାର ବଜାର, ଆମଦାନୀ, ପରିବା ଦୋକାନି, ହୋଟେଲ ମାଲିକ ଖୁସି ରହିବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।ସୌଭାଗ୍ୟ ପ୍ରାପ୍ତ ହେବ ।

 ମକର– ଶନିବାର ଗ୍ରହ ସ୍ଥିତି ବିଭିନ୍ନ ସମସ୍ୟାକୁ ନିୟନ୍ତ୍ରଣକରିପାରେ । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମ କ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି। ଅର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରି ପାରନ୍ତି  । ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

 କୁମ୍ଭ  – କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବା ସମ୍ଭାବନା ରହିଛି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଭାଇ କିମ୍ବାବନ୍ଧୁ ପଡୋଶୀ ଅଥବାସହକର୍ମୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରିପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧ ।

 ମୀନ – ଆଜି ପୂର୍ବାପେକ୍ଷା ପରିସ୍ଥିତି ଏକ ପ୍ରକାରଶାନ୍ତ ରହିବ କିନ୍ତୁ ଧନହାନୀ ସାଙ୍ଗକୁ ଅପ୍ରିୟ ଭାଷଣ ସମସ୍ୟା ସୃଷ୍ଟି  କରିପାରେ । ନିଜ କାମ ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ପାରନ୍ତି। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।ଅସୁସ୍ଥ ଅନୁଭବ କରିବେ ।

Spread the love