ମେ ୫ରେ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ

ପୁରୀ ୩୦।୦୪:  ଦୁଇ ବର୍ଷ ପରେ ବସିବ ରଥ ସମନ୍ୱୟ ବୈଠକ । ରଥଯାତ୍ରାକୁ ନେଇ ସମନ୍ୱୟ ବୈଠକରେ ହେବ ଆଲୋଚନା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଆହୁରୀ ମଧ୍ୟ କହିଛନ୍ତି ଯେ, ରଥଯାତ୍ରାକୁ ନେଇ ଦୀର୍ଘ ଦୁଇବର୍ଷ ପରେ ହେବ ରଥ ସମନ୍ୱୟ ବୈଠକ। ଆସନ୍ତା ମେ ମାସ ୫ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ। ପୁରୀ ପୌରସଦନରେ ଦିନ ୧୧ଟାରେ ଅନୁଷ୍ଠିତ ହେବ ଏହି ବୈଠକ। କୋଭିଡର ସ୍ଥିତିକୁ ଦେଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ , ସେନେଇ ନିଆଯିବ ନିଷ୍ପତ୍ତି। ଚନ୍ଦନଯାତ୍ରା ଭଳି ରଥଯାତ୍ରାରେ ହୋଇପାରନ୍ତି ଭକ୍ତ ସାମିଲ୍ ।

Spread the love