ବଢିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି

ଭୁବନେଶ୍ୱର ୩୦।୦୪ : ବଢିପାରେ ଛୁଟି ଅବଧି । ଖରା ବଢୁଥିବାରୁ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି ବଢିପାରେ । ଏନେଇ ବିଚାରବିମର୍ଷ ଚାଲିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସାରା ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଜାରି ରହିଛି । ଆଗକୁ କିଛି ମଧ୍ୟ ଏପରି ସ୍ଥିତି ରହିବ । ତେଣୁ ବର୍ତ୍ତମାନର ଖରା ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ପୂର୍ବରୁ ରାଜ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ କାରଣରୁ ମେ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ଉଚ୍ଚଶିକ୍ଷା ବିଭାଗ ।

Spread the love