ପ୍ରବେଶିକା ପରୀକ୍ଷା ଚାଲିଥିବା ସମୟରେ ଅଘଟଣ, ଗୁରୁତର ହେଲେ ଛାତ୍ରୀ

ଆନନ୍ଦପୁର ୩୦/୦୪: ଆଜି ନବଦୋୟ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଚାଲିଥିବା ଯମୟରେ ଘେଟିଛି ଅଘଟଣ । ଆନନ୍ଦପୁର ବି.ଏନ୍ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରିକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ରୀ ହଠାତ୍ ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

ଗୁରୁତର ଆନନ୍ଦପୁର ବ୍ଲକ୍ ଧକୋଠା ସରକାରୀ ୟୁପି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ସାଇସ୍ମୃତି ସାହୁଙ୍କୁ ଡାକ୍ତର କଟକ ଡାକ୍ତରଖାନା ନେବାପାଇଁ ପରାମର୍ଶ କରିଛନ୍ତି । ଦିନ ୧୧ଟା ୩୦ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ସମୟ ନିର୍ଦ୍ଧାରଣ ହୋଇଥିଲା ।

ତେବେ ଅଧିକ ସଂଖ୍ୟକ ପରିକ୍ଷାର୍ଥୀଙ୍କୁ ଦୃଷ୍ଟିରେ ରଖି ଦିନ ୧୦ ଟାରୁ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡାଯାଇଥିଲା । ମାତ୍ର ପରୀକ୍ଷା କେନ୍ଦ୍ରରେ ବସିବାର ୨୦ ମିନିଟ୍ ପରେ ସାଇସ୍ମୁତୀ ଗୁରୁତର ହୋଇପଡିଥିଲେ । ପ୍ରବଳ ଗରମ ଯୋଗୁଁ ଏଭଳି ହୋଇଥିବା ସଂଦେହ କରିଛନ୍ତି ଅବିଭାବକ ।

Spread the love