ରକ୍ତର ଅଭାବକୁ ଦୂର କରିବ ଏହି ଜୁସ୍‌

କେତେକ ବ୍ୟକ୍ତି ସୁସ୍ଥ ଦେଖାଗଲେ ମଧ୍ୟ ସେ ଭିତରେ ଅସୁସ୍ଥ ଥାଆନ୍ତି।ସେମାନଙ୍କର ଚାଲିବାକୁ ବଳ ନଥାଏ କାରଣ ସେମାନଙ୍କ ଦେହରେ ରକ୍ତର ଅଭାବ ଥାଏ। ରକ୍ତର ଅଭାବ ହେଲେ ରକ୍ତହୀନତା ବୋଲି କୁହାଯାଏ । ରକ୍ତହୀନତା ଯୋଗୁଁ ଜଣେ ବ୍ୟକ୍ତି ବହୁତ ଦୁର୍ବଳ ହୋଇଯାଏ। ଆଖି ଏବଂ ଚର୍ମର ରଙ୍ଗ ହଳଦିଆ ହେବାକୁ ଲାଗେ ଏବଂ ନଖଗୁଡ଼ିକ ଶୁଷ୍କ ଏବଂ ରୁଗଣ ଦେଖାଯାଏ ।

ରକ୍ତହୀନତାର ମୁଖ୍ୟ କାରଣ ଶରୀରରେ ଆଇରନ ଏବଂ ପୋଷକ ତତ୍ତ୍ୱର ଅଭାବ ହେତୁ  ହୋଇଥାଏ । କିନ୍ତୁ କେତେକ ଗମ୍ଭୀର ରୋଗ ମଧ୍ୟ ରକ୍ତହୀନତାର କାରଣ ହୋଇପାରେ। ଏହି ସମୟରେ ଡାକ୍ତରମାନେ ପରାମର୍ଶ ନେବା ଉଚିତ୍‌ । କାରଣ ରକ୍ତହୀନତାର କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଅଟେ । ବର୍ତ୍ତମାନ ଗ୍ରୀଷ୍ମ ଋତୁର ସମୟ ଚାଲିଛି । ଯଦି ଏହି ସମୟ ମଧ୍ୟରେ ପରିବାରର କୌଣସି ବ୍ୟକ୍ତି ରକ୍ତହୀନତା ସମସ୍ୟାରେ ପୀଡିତ ଥିବେ ତେବେ ଆପଣ ତାଙ୍କୁ ପ୍ରତିଦିନ ଜୁସ୍‌ ଦେଇପାରିବେ । ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ ପ୍ରକାରର ଜୁସ୍ ମଧ୍ୟରୁ ଗୋଟିଏ ଦେଇପାରିବେ । ଏହି ସମସ୍ତ ଜୁସ୍‌ ପିଇବା ଦ୍ବାରା ଶରୀରରେ ହେମୋଗ୍ଲୋବିନର ପରିମାଣ ବଢାଇବା ସହ ରକ୍ତହୀନତାକୁ ଦୂର କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

ଘିଁକୁଆରୀ ଜୁସ୍‌-ଏହାକୁ ପିଇବା ଦ୍ବାରା ଚର୍ମ ଏବଂ କେଶ ପାଇଁ ବହୁତ ଲାଭ ଦାୟକ । ଏହାର ପ୍ରତିଦିନ ପିଇବା ଦ୍ବାରା ରକ୍ତ ଶୁଦ୍ଧ ହୋଇଥାଏ ଏବଂ ହେମୋଗ୍ଲୋବିନର ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ ।

ଅଙ୍ଗୁର ରସ – ଅଙ୍ଗୁର ତ ପ୍ରାୟ ସମସ୍ତଙ୍କୁ ପସନ୍ଦ । ତେବେ ଆପଣ ଏହାକୁ ଖାଇବା ବଦଳରେ ଜୁସ୍‌ କରି ପିଇ ପାରିବେ । ଅଙ୍ଗୁର ଜୁସ୍‌ ପିଇବା ଦ୍ବାରା  ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଗ୍ରୀଷ୍ମ ଋତୁରେ ହେମୋଗ୍ଲୋବିନ୍ ବଢିଥାଏ ।

ଆମ୍ବ ଜୁସ୍‌- ଶରୀରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ପାଚିଲା ଆମ୍ବ ବହୁତ କାମରେ ଆସେ । ଆମ୍ବ ଖାଇବା ପରେ କିମ୍ବା ରାତିରେ ଶୋଇବା ପୂର୍ବରୁ ଆମ୍ବ ଜୁସ୍‌ ପିଅନ୍ତୁ । ଏହା ପିଇବା ଦ୍ବାରା ଶରୀରରେ ରକ୍ତ ଅଭାବକୁ ମଧ୍ୟ ଦୂର କରିଥାଏ ।

ବିଟ୍ ଜୁସ୍‌-ବିଟ୍‌ ରୁଟ୍‌ରେ ଆଇରନର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଯେତେବେଳେ ବି ଶରୀରରେ ରକ୍ତ ଅଭାବକୁ ଦୂର କରିବା ଅଭାବକୁ ଘରୋଇ ଉପଚାର ଭାବେ କରିପାରିବେ । ପ୍ରତିଦିନ ବିଟ୍‌ ରୁଟ୍‌କୁ ନିୟମିତ ଭାବରେ ପିଇ ପାରିବେ ।

Spread the love