ଯୁଦ୍ଧ ମଧ୍ୟରେ ଜର୍ମାନକୁ ଧମକ ଦେଲା ଋଷ୍, କହିଲା- ୟୁକ୍ରେନ୍‌କୁ ସାହାଯ୍ୟ କଲେ…

ମସ୍କୋ ୩।୫: ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏ ଭିତରେ ଜର୍ମାନକୁ ଋଷ୍ ଧମକ ଦେଇଛି ଯେ, ୟୁକ୍ରେନ୍‌କୁ ସାହାଯ୍ୟ କରନି ନଚେତ୍ ସେ ଯୁଦ୍ଧରେ ନିରପେକ୍ଷତାର ସ୍ଥିତି ହରାଇବ । ଏହାପୂର୍ବରୁ ଜର୍ମାନ ଯୁଦ୍ଧରେ ନିରପେକ୍ଷ ରହିବା କଥା କହିସାରିଛି ।

ଋଷ୍ ଟେଲିଭିଜନର ଏକ ରିପୋର୍ଟ ଅନୁସାରେ, ଷ୍ଟେଫେନ୍ ହେବଷ୍ଟ୍ରେଟ୍ କହିଛନ୍ତି ଯେ ଜର୍ମାନ ଗତ ୬ ସପ୍ତାହରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଡେଲିଭରୀକୁ ବୃଦ୍ଧି କରିଛି । କିନ୍ତୁ ସେ ଏହା ମାନୁନାହିଁ ଯେ ଜର୍ମାନୀରେ ନିର୍ମିତ ଆମେରିକୀୟ ବେସରେ ୟୁକ୍ରେନ ସୈନ୍ୟମାନଙ୍କୁ ତାଲିମ ଦେବାରେ ସେ ରେଡ୍ ଲାଇନ୍ ଅତିକ୍ରମ କରୁଛନ୍ତି । ଋଷ୍ ଏକଥା ବହୁତ ଭଲ ଭାବେ ଜାଣିଛି । ଆମେ ଆଶ୍ବସ୍ତ ଯେ ଜର୍ମାନରେ ୟୁକ୍ରେନ୍ ସୈନିକଙ୍କୁ ଟ୍ରେନିଂ ଦେବା ଅର୍ଥ ଏବେ ବି ସିଧାସଳଖ ଭାବେ ଯୁଦ୍ଧରେ ସାମିଲ ହେବା ନୁହେଁ ।

ଜର୍ମାନ ସରକାର ଗତ ସପ୍ତାହରେ ୟୁକ୍ରେନ୍‌କୁ ଅଟୋମେଟିକ୍ ଆଣ୍ଟି-ଏୟାରକ୍ରାଫ୍ଟ ଗନ୍ ଦେବାର ଯୋଜନା ନେଇ ଘୋଷଣା କରିଥିଲା । ଜର୍ମାନର ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍ ଲମ୍ବ୍ରେଚ ମଧ୍ୟ ଆମେରିକାର ରାମଷ୍ଟାଇନ ବେସରେ ଘୋଷଣା କରିଛନ୍ତି ଯେ ବର୍ଲିନ ୱେଷ୍ଟର୍ଣ୍ଣ ଆର୍ଟିଲରି ସିଷ୍ଟମ ସହିତ ୟୁକ୍ରେନ୍ ସୈନିକଙ୍କ ଟ୍ରେନିଂକୁ ସମର୍ଥନ କରିବ ।

ୟୁକ୍ରେନ୍ ସୈନିକ ବହୁ ସମୟରୁ ଜର୍ମାନ ମାଟିରେ ସୈନ୍ୟ ଟ୍ରେନିଂ ନେଉଛନ୍ତି । ଅପ୍ରେଲରେ ପେଣ୍ଟାଗନ୍ ଘୋଷଣା କରିଥିଲା ଯେ, ସେ ଅନ୍ୟ ଦେଶରେ ୟୁକ୍ରେନ୍‌ ସୈନିକଙ୍କୁ ସାହାଯ୍ୟ କରିବେ । ଏହା ବ୍ୟତୀତ ଗତ ଶୁକ୍ରବାର ଦିନ ଆମେରିକା ସେନା କହିଥିଲା ଯେ, ସୈନିକଙ୍କୁ ତାଙ୍କ ଜର୍ମାନ ବେସ୍‌ରେ ଟ୍ରେନିଂ ଦିଆଯାଇଥିଲା ।

Spread the love