ବାତ୍ୟା ପାଇଁ ଆମେ ପ୍ରସ୍ତୁତ:ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର:ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ କହିଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟା​ର ରୂପାନ୍ତର ହେବ କି ନାହିଁ ଜଣାପଡ଼ିପାରେ। ବାତ୍ୟା ହେବ କି ନାହିଁ, ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ତଥାପି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ରାଜ୍ୟର ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଅଗ୍ନିଶମ ଓ ଓଡ୍ରାଫ ବିଭାଗ ସହ ମଧ୍ୟ ଆଲୋଚନା ହୋଇଛି।୧୭ ଏନଡିଆରଏଫ, ୨୦ ଓଡ୍ରାଫ, ୧୭୫ ଅଗ୍ନିଶମ ଟିମ ପ୍ରସ୍ତୁତ ରହିଛନ୍ତି। ବିଦ୍ୟୁତ ଓ ପାନୀୟ ଜଳ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି। ଯାହା ପ୍ରସ୍ତୁତି କରିବା କଥା ତାହା ଆମେ କରିଛୁ। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ଚିତ୍ର ନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଯଦି ଅଯଥାରେ କେହି ଦରଦାମ ବଢ଼ାଉଥାଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ୩ଟି ଖରାଟିଆ ବାତ୍ୟା ଫନି, ଅମ୍ଫନ ଓ ୟାସ ପୂର୍ବରୁ ଦେଖିଛୁ। ଖରାଦିନେ ବାତ୍ୟା ହେଲେ ବନ୍ୟାଜନିତ ସମସ୍ୟା ସୃଷ୍ଟି ହେବ ନାହିଁ। ଯଦି ବାତ୍ୟା ହୁଏ, ଦିନଟିଏ ବଜାର ବନ୍ଦ ହୋଇପାରେ। ତେଣୁ ଅଯଥାରେ ଜିନିଷ କିଣନ୍ତୁ ନାହିଁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି।

Spread the love