ସରିଲା ମାଟ୍ରିକ ପରୀକ୍ଷା ୨୦ରୁ ଖାତା ଦେଖା

କଟକ :  ମାଟ୍ରିକ ପରୀକ୍ଷା ସରିବା  ପରେ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ଖାତା ଦେଖା ।ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ତେବେ ଚଳିତ ବର୍ଷ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ଖାସ୍‌କରି ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନ ସିଲାବସ୍  ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । କିନ୍ତୁ ସିଲାବସ୍ ବାହାରୁ ପ୍ରଶ୍ନ ପଡିଥିବା ଅଭିଯୋଗକୁ ବୋର୍ଡ ସଭାପତି ଖଣ୍ଡନ କରିଛନ୍ତି ।ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ବୋର୍ଡ ସଭାପତି କହିଛନ୍ତି ଯେ, ଏହି ଘଟଣାରେ ବୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନି । ପ୍ରଥମ ସମେଟିଭ୍ ଦେଇନଥିଲେ ବି ଦ୍ବିତୀୟ ସମେଟିଭ୍ ଦେଇପାରିବେ ଛାତ୍ରଛାତ୍ରୀ ।

Spread the love