ପୁଣି ବଢ଼ାଇଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ରେଳ ବିଭାଗ

ନୂଆଦିଲ୍ଲୀ: କରୋନା ସମୟରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳ ବିଭାଗ ପ୍ଲାଟଫର୍ମ ଟିକେଟ୍‌ ବଢ଼ାଇଥିବା ବେଳେ ପୁଣି ଥରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି ।ସୂଚନା ମୁତାବକ କେବଳ ମହାରାଷ୍ଟ୍ରର କିଛି ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିଭାଗ କହିଛି ଯେ, ବର୍ତ୍ତମାନ ଗରମ ଓ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସିଏସଏମଟି, ଦାଦର, ଏଲଟିଟି, ଠାଣେ, କଲ୍ୟାଣ ଓ ପନବେଲ ଷ୍ଟେସନରେ ଏହି ଟିକେଟ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମୂଲ୍ୟ ମେ’ ୯ ତାରିଖ ଅର୍ଥାତ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହି ୧୫ ଦିନ ପାଇଁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା ରହିବ । ପୂର୍ବରୁ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ଏହି ସବୁ ସ୍ଥାନରେ ୧୦ଟଙ୍କା ରହିଥିଲା ।

Spread the love