ପୁରୀ ଠାରୁ ୭୪୦ କିମି ଦୂରରେ “ଅସାନି”

ଭୁବନେଶ୍ବର : ବାତ୍ୟା “ଅସାନି” ଏବେ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ବେଗରେ ଗତି କରୁଛି। ଏହି ବାତ୍ୟା ୧୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହୋଇ ଗତି ବଦଳାଇବ। ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆରମ୍ଭ ହେବ । ୧୧ରେ ଉପକୂଳ ଓଡ଼ିଶାରେ  ସମୁଦ୍ର ମଧ୍ୟରେ ବାତ୍ୟା ଅସାନି ଗତି କରିବା ହେତୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବେଗରେ ବହିପାରେ। ଅପରପକ୍ଷରେ ୧୦ରୁ ତିନିଦିନ ଧରି ୯ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Spread the love