୧୩ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର ପାଇଁ ପ୍ରଶାସନର ତ୍ୱରିତ ପଦକ୍ଷେପ
ଭୁବନେଶ୍ୱର, ୦୯।୦୫: ଅଶାନ୍ତ ସମୁଦ୍ରରେ ଫସିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରୁଛି ତଟରକ୍ଷା ବାହିନୀ । ଗଞ୍ଜାମ ପ୍ରଶାସନର ତ୍ୱରିତ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ଅପରେଶନ୍ । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ତୁରନ୍ତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍ଆର୍ସି । ମତ୍ସ୍ୟଜୀବୀ ମାନେ ସୋନ୍ପୁର ନିକଟସ୍ଥ ସମୁଦ୍ର କୂଳରୁ ପ୍ରାୟ ୧ କିଲୋମିଟର ଦୂରରେ ଫସି ରହିଥିଲେ । ହେଲିକପ୍ଟର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାପଡ଼ିଛି । ସେମାନଙ୍କୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ।