ପଲ୍ୟୁସନ୍ ଚେକିଂ ମାସେ ଯାଏ କୋହଳ
ସମସ୍ତ ଗାଡ଼ି ଚାଳକ ମାନଙ୍କ ପାଇଁ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଚେକିଂ ବେଳେ ଯେଉଁ ସବୁ କଥାକୁ ଦେଖାଯାଉଛି ସେଥିରୁ ପଲ୍ୟୁସନ୍କୁ ଟିକେ କୋହଳ କରାଯାଇଛି। ମାସେ ଯାଏ ପଲ୍ୟୁସନ୍ ଚେକିଂକୁ କୋହଳ କରାଯାଇଛି ବୋଲି ଆଜି ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନୂଆ ସଂଶୋଧିତ ଆଇନ୍ ଅନୁଯାୟୀ ପଲ୍ୟୁସନ୍ ସମ୍ପର୍କିତ ପ୍ରମାଣପତ୍ର ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି।ଏ ନେଇ ପରିବହନ ସଚିବ ଆହୁରି କହିଛନ୍ତି ଯେ, ଯଦି କୌଣସି କର୍ମଚାରୀ ଭୁଲରେ ଫାଇନ୍ ଆଦାୟ କରିବେ, ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ସଂପୃକ୍ତ କର୍ମଚାରୀଙ୍କୁ ଡବଲ୍ ଫାଇନ୍ ଦେବାକୁ ପଡ଼ିବ। ଏହା ସହିତ ଲୋକଙ୍କୁ ଅଯଥାରେ ହଇରାଣ ନ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି।ସେହିପରି କମ୍ପାଉଣ୍ଡ୍ ଫାଇନ୍ ସଂପର୍କରେ ସେ କହିଛନ୍ତି ଯେ, ଧରାପଡ଼ିଲେ ଯେକୌଣସି ଗୋଟିଏରେ ଫାଇନ୍ କରିବାକୁ ଯୋଜନା କରାଯାଇଛି।