ଦେଶରେ ବ୍ୟାନ୍‌ ହେଲା ଫିଲ୍ମ ‘ଦ କାଶ୍ମୀର ଫାଇଲସ୍’

ମୁମ୍ବାଇ ୧୧।୦୫:  କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘କାଶ୍ମୀର ଫାଇଲ’ ବକ୍ସ ଅଫିସରେ ଧମାଲ୍‌ କରିଥିଲା। ସାରା ବିଶ୍ୱରେ ୩୩୭ କୋଟି ଟଙ୍କା କଲେକସନ୍‌ କରିଥିବାବେଳେ ଫିଲ୍ମ ରିଲିଜ ହେବା ପରଠାରୁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ବର୍ତ୍ତମାନ ଏହି ଫିଲ୍ମ ପୁଣି ଥରେ ବିବାଦରେ ଘେରରେ ହୋଇପଡିଛି। ଖବର ସାମ୍ନାକୁ ଆସିଛି କି ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ’କୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି।

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଉପରେ ସିଙ୍ଗାପୁର ସରକାର ପ୍ରତିବନ୍ଧକ ଲଗାଯାଇଛନ୍ତି। ସିଙ୍ଗାପୁର କର୍ତ୍ତୃପକ୍ଷ କହିଛନ୍ତି, ଏହି ଫିଲ୍ମ ବିଭିନ୍ନ ସମ୍ପ୍ରଦାୟରେ ପାର୍ଥକ୍ୟକୁ ପ୍ରୋତ୍ସାହନ ଦେଇପାରେ। ଆମ ସମାଜରେ ଧାର୍ମିକ ଏକତା ରହିଛି। ଏହି ଫିଲ୍ମ ଏକତା ଭଙ୍ଗ କରିପାରେ। କେବଳ ଏତିକି ନୁହେଁ, ଏହି ଫିଲ୍ମର କାହାଣୀ ଏକପାଖିଆ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଥିବା କୁହାଯାଇଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା । ସିଙ୍ଗାପୁରର ବହୁ-ଜାତି ଏବଂ ବହୁ-ଧାର୍ମିକ ସମାଜରେ ସାମାଜିକ ସମନ୍ୱୟ ଏବଂ ଧାର୍ମିକ ସମନ୍ୱୟକୁ ବାଧା ଦେବ। ଫିଲ୍ମ ବର୍ଗୀକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ, ‘ସିଙ୍ଗାପୁରର ଜାତିଗତ କିମ୍ବା ଧାର୍ମିକ ସମ୍ପ୍ରଦାୟକୁ ବଦନାମ କରୁଥିବା ଯେକୌଣସି ବର୍ଗୀକରଣକୁ ପ୍ରତ୍ୟାଖ୍ୟାନ କରାଯିବ। ଫିଲ୍ମଟି ମାର୍ଚ୍ଚ ୧୧ରେ ଭାରତରେ ମୁକ୍ତିଲାଭ କରିଥିଲା। ରିଲିଜ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସେଲିବ୍ରିଟି ଫିଲ୍ମକୁ ପ୍ରଶଂସା କରିଥିଲେ। ଏହି ଫିଲ୍ମଟି ଭାଜପା ଶାସିତ ଅଧିକାଂଶ ରାଜ୍ୟରେ ଟ୍ୟାକ୍ସ ଫ୍ରି ମଧ୍ୟ କରାଯାଇଥିଲା।

Spread the love