ଶ୍ରୀକାକୁଲମର ସୁନ୍ନାପଲ୍ଲୀ ବନ୍ଦରରେ ଲାଗିଲା ସୁନାର ରଥ

ଆନ୍ଧ୍ରପ୍ରଦେଶ ୧୧/୦୫: ଆନ୍ଧ୍ର ମୁହାଁ ଅସାନି । ପ୍ରଭାବରେ ଅଶାନ୍ତ ସମୁଦ୍ର । କ୍ଷତିଗ୍ରସ୍ତ ଉପଡା ବେଳାଭୂମି ରାସ୍ତା । ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି । ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପଟ୍ଟନମ ପାଇଁ ଆଲର୍ଟ । ଏବେଠାରୁ ପ୍ରକୃତି ଦେଖାଇଲାଣି ତାର କରାଳ ରୂପ । ତୁହାକୁ ତୁହା ବର୍ଷା ବଢୁଛି ପବନର ଗତି ।

ଏହାରି ଭିତରେ ନଜର ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ । ସମୁଦ୍ର କୂଳକୁ ଭାସି ଆସିଛି ସୁନାର ରଥ । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସୁନାପଲ୍ଲୀ କୂଳରେ ଲାଗିଛି ଏହି ସୁନାର ରଥ । ଡଙ୍ଗାରେ ଲେଖା ଅଛି ମାଲେସିଆ ଭାଷା । ଯାହା ଅନୁମାନ ଥାଇଲାଣ୍ଡରୁ ଭାସି ଆସିଥିବା ଅନୁମାନ । ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଶ୍ରୀକାକୁଲମ କୋଷ୍ଟ ଗାର୍ଡଙ୍କ ସହାୟତାରେ ଜବତ କରିଛି ପ୍ରଶାସନ । ଅସାନି ପ୍ରଭାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୭୫ରୁ ୮୫ କିମି ବେଗରେ ପବନ ସମ୍ଭାବନା ରହିଛି । ଆନ୍ଧ୍ରରେ ପ୍ରଭାବିତ ହୋଇଛି ବିମାନସେବା । ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୩ ବିମାନକୁ ବାତିଲ୍ କରାଯାଇଛି । ସେହିଭଳି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନର ଉଡାଣ ହୋଇଛି ବାତିଲ୍ ।

Spread the love