ଅନ୍ତର୍ଜାତୀୟ ସେବିକା ଦିବସ କାହିଁକି ପାଳନ କରାଯାଏ

ନୂଆଦିଲ୍ଲୀ : ପ୍ରତିବର୍ଷ ମେ ୧୨ ତାରିଖରେ ଅନ୍ତର୍ଜାତୀୟ ସେବିକା ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।ସମାଜରେ ସେବିକାମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ୧୮୨୦, ମେ ୧୨ରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଜନ୍ମ ଗ୍ରହଣ କରିଥିଲେ। ଇଟାଲୀର ଟସ୍କାନି ବାସିନ୍ଦା ଫ୍ଲୋରେନ୍ସ କ୍ରିମିଆ ଯୁଦ୍ଧବେଳେ ମହିଳାମାନଙ୍କୁ ତାଲିମ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାମ କରିଥିଲେ। ଆଧୁନିକ ଯୁଗର ଏହି ସେବିକାଙ୍କ ଜନ୍ମଦିନକୁ ଆଜି ବିଶ୍ବରେ ‘ଅନ୍ତର୍ଜାତୀୟ ସେବିକା ଦିବସ’ ଭାବେ ପାଳନ କରାଯାଉଛି। ୧୯୬୫ରୁ ଜାତିସଂଘର ଅନୁମୋଦନରେ ଏହି ଦିନଟି ପାଳିତ ହୋଇଆସୁଛି।

Spread the love