ତୃତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ସୂଚନା

ଭୁବନେଶ୍ବର : ଚଳିତ ବର୍ଷ ମୌସୁମୀ ଆଗୁଆ ଆସିବ ନେଇ      ସୂଚନା ଦେଇଛି ବୁୁଲେଟିିିନ। ପ୍ରାୟ ୬ ଦିନ ପୂର୍ବରୁ କେରଳ ମୌସୁମୀ ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରାଯାଉଛି। ଆସନ୍ତା ୧୫ ତାରିଖ ଆଡ଼କୁ ଦକ୍ଷିଣ-ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ଦକ୍ଷିଣ-ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ପାଖାପାଖି ୧୧ ଦିନ ପରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ। ଏହି ଆଧାରରେ ଆସନ୍ତା ୨୬ ତାରିଖ ଆଡ଼କୁ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ଏଥିସହ ଓଡ଼ିଶାକୁ ମଧ୍ୟ ଜୁନ୍‌ ୫ ତାରିଖ ସୁଦ୍ଧା ମୌସୁମୀ ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଉଛି।ସୂଚନାଯୋଗ୍ୟ, ସାଧାରଣତଃ ମେ’ ୨୦ ତାରିଖ ଆଡ଼କୁ ଦକ୍ଷିଣ-ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ ଏବଂ ଏହାର ୧୧ ଦିନ ପରେ ଅର୍ଥାତ ଜୁନ୍‌ ୧ ତାରିଖରେ କେରଳକୁ ମୌସୁମୀ ଛୁଇଁଥାଏ।

Spread the love