ପିଏନ୍‍ବିର ନେଟ ଲାଭ ୩୪୫୭ କୋଟି ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୪୫୭ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ କରିଛି, ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ନେଟ୍‍ ଲାଭ ୨୦୨୨ କୋଟି ଟଙ୍କା ତୁଳନାରେ ୭୧% ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ନେଟ୍‍ ଲାଭ ୨୦୨ କୋଟି ଟଙ୍କା ହୋଇଛି। ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ଅପରେଟିଂ ଲାଭ ପରିମାଣ ପୂର୍ବ ବର୍ଷର ସେହି ସମୟ ତୁଳନାରେ ୧୭.୩୦% ବୃଦ୍ଧିପାଇ ୫୨୬୫ କୋଟି ଟଙ୍କା ହୋଇଛି।ଏହି ଅବସରରେ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ନିମନ୍ତେ ଇକ୍ୱିଟି ସେୟାର ପିଛା ୦.୬୪ ଟଙ୍କା (୩୨%) ଲାଭାଂଶ ପ୍ରଦାନକୁ ସୁପାରିଶ କରିଛନ୍ତି।ବ୍ୟାଙ୍କ ପକ୍ଷରୁ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରକାଶ କରି କୁହାଯାଇଛି ଯେ ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ମୋଟ ୧୩୦୨୨୫ କୋଟି ଟଙ୍କାର ରିଟେଲ ଋଣ ଯୋଗାଇ ଦିଆଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୬.୬୯% ଅଧିକ। ସେହିଭଳି କୃଷିକ୍ଷେତ୍ରକୁ ଋଣ ଯୋଗାଣ ୯.୭୯% ବୃଦ୍ଧିପାଇ ୧୨୪୨୮୬ କୋଟି ଟଙ୍କା ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ ଆୟ ୮୭୨୦୦ କୋଟି ଟଙ୍କା ଏବଂ ମୋଟ ଖର୍ଚ୍ଚ ୬% ହ୍ରାସପାଇ ୬୬୪୩୮ କୋଟି ଟଙ୍କା ହୋଇଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କର ଏନ୍‍ପିଏ ପରିମାଣ ୩୪୯୦୯ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ଏନ୍‍ପିଏ ୩୮୫୭୬ କୋଟି ଟଙ୍କା ତୁଳନାରେ ୯.୫୧% କମ୍‍।

Spread the love