+3 ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଇଣ୍ଟର୍ଣ୍ଣସିପ୍

ଭୁବନେଶ୍ୱର:ନୂତନ ଶିକ୍ଷା ନୀତି ୨୦୨୦ରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଥିବାବେଳେ +୩ର ଛାତ୍ରଛାତ୍ରୀ ମଧ୍ୟ ଏଣିକି ଇଣ୍ଟର୍ଣ୍ଣସିପ୍ କରିବେ।ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବ ଦେଉଛି । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ ଗତକାଲି ସୂଚନା ଦେଇଛନ୍ତି।ଇଣ୍ଟର୍ଣ୍ଣସିପ୍‌କୁ ସ୍ନାତକରେ ବାଧ୍ୟତାମୂଳକଭାବେ ଲାଗୁ କରାଯିବ। ଯୁକ୍ତ ତିନିର ଛାତ୍ରଛାତ୍ରୀ ଶେଷ ବର୍ଷରେ ଅତିକମରେ ୮ରୁ ୧୦ ସପ୍ତାହର ଇଣ୍ଟର୍ଣସିପ୍ କରିବେ, ଯାହାକି ପିଲାଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷାରେ ଦକ୍ଷ କରିବ ତାହା ନୁହେଁ  ନୂତନ ଭାବରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମୁଖ୍ୟତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଦକ୍ଷ କରାଇବାରେ ସହାୟକ ହେବ। ଏହା ସହ ସେମାନଙ୍କ ମଧ୍ୟରେ ଗବେଷଣା କ୍ଷମତା ବିକାଶରେ ମଧ୍ୟ ସାହାଯ୍ୟ କରିବ ବୋଲି ଯୁଧିସିର ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର କହିଛନ୍ତି।

Spread the love