କରୋନା ସଂକ୍ରମିତ ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି। ଅକ୍ଷୟ ଖୋଦ୍ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଯିବାର ଥିଲା। କିନ୍ତୁ କରୋନା ସଂକ୍ରମିତ ହେବା ପରେ ଅକ୍ଷୟ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇ ପାରିବେ ନାହିଁ।ସେ ଏଆର ରେହମାନ, ଶେଖର କପୁର, ପୂଜା ହେଗଡେ ଏବଂ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଥାନ୍ତେ। ଅକ୍ଷୟ ନିଜ ପୋଷ୍ଟରେ ସେ କାନ୍ସ ପାଇଁ ଉତ୍ସାହିତ ଥିଲେ। ହେଲେ ସଂପ୍ରତି ସେ ବିଶ୍ରାମ କରିବେ ଏବଂ ପୂରା ଦଳକୁ ତାଙ୍କର ଶୁଭକାମନା ଜଣାଇଛନ୍ତି।ଦ୍ଵିତୀୟ ଥର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ୨୦୨୧ରେ ସେ କରୋନା ସଂକ୍ରମିତ ହୋଇଥିଲେ। ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ପୃଥ୍ଵୀରାଜ’ରେ ନଜର ଆସିବେ। ଫିଲ୍ମରେ ପୂର୍ବତନ ବିଶ୍ଵ ସୁନ୍ଦରୀ ମାନୁଷୀ ଛିଲ୍ଲର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Spread the love