ଘର ସହ ଜଳିଗଲେ ମହିଳା ୱାର୍ଡମେମ୍ବର

ଜଗତସିଂହପୁର:  ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାର୍ଡମେମ୍ବର ସରସ୍ବତୀ ସେଠୀ ଘର ସହ ଜଳି ଯାଇଥିବା ସୂଚନା ମିଳିଛି। ୱାର୍ଡମେମ୍ବର ସରସ୍ବତୀ ସେଠୀ ଘରେ ଜଳି ଯାଉଥିବାବେଳେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ଗୁରୁତର ହୋଇପଡ଼ିଥିବା ସରସ୍ବତୀଙ୍କୁ ଚିକିତ୍ସା ପାଇଁ ଏସଏସବି ସ୍ଥାନାନ୍ତର ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ସକାଳେ ନିଆଁ ଲାଗି ୩ ବଖର ଘର ସହ ଜଳିଯାଇଥିଲେ ସରସ୍ବତୀ ସେଠୀ। ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Spread the love