ଖରାଦିନେ କାକୁଡ଼ି ଖାଇବା ପରେ ଭୁଲ୍‌ରେ ଖାଆନ୍ତୁନି ଏସବୁ ଜିନିଷ

ଖରାଦିନେ କାକୁଡ଼ି ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍‌ ରହେ ଓ ଜଳୀୟ ଅଂଶ ବି ବଜାୟ ରହେ। କିନ୍ତୁ ପ୍ରାୟତଃ ଲୋକମାନେ କାକୁଡ଼ି ଖାଇବା ପରେ କିଛି ଏଭଳି ଜିନିଷ ଖାଇ ଦେଇଥାନ୍ତି, ଯାହା ଶରୀରର କ୍ଷତି କରିଥାଏ। କାକୁଡ଼ି ଖାଇ ସାରିବା ପରେ କେତେକ ଜିନିଷ ଖାଇବା ଅନୁଚିତ୍‌। ଏସବୁ ଜିନିଷ ଖାଇଲେ ଶରୀର ଉପରେ ଭଲ ବଦଳରେ ଖରାପ ପ୍ରଭାବ ପଡ଼େ। ତେବେ ଆସନ୍ତୁ ଜାଣିବା ଖରାଦିନେ କାକୁଡ଼ି ଖାଇ ସାରିବା ପରେ କି କି ଜିନିଷ ଖାଇବା ଅନୁଚିତ୍‌…
କାକୁଡ଼ି ଖାଇବା ପରେ ଭୁଲରେ ବି ଖାଆନ୍ତୁନି ଏସବୁ ଜିନିଷ:
କାକୁଡ଼ି ଖାଇବା ପରେ କେବେ ବି ପାଣି ପିଇବା ଉଚିତ୍‌ ନୁହେଁ। କାରଣ କାକୁଡ଼ିରେ ଏମିତିରେ ବି ପ୍ରଚୁର ମାତ୍ରାରେ ପାଣି ରହିଥାଏ। ଏଭଳି ସ୍ଥିତିରେ ଯଦି କାକୁଡ଼ି ଖାଇବା ପରେ ପାଣି ପିଉଛନ୍ତି, ତେବେ କାଶ ସମସ୍ୟା ଦେଖାଦେଇପାରେ। ଏଥିସହ ପେଟରେ ବି ସମସ୍ୟା ଉପୁଜିପାରେ। ଏଣୁ କାକୁଡ଼ି ଖାଇବା ପରେ କେବେ ବି ପାଣି ପିଅନ୍ତୁ ନାହିଁ।
କାକୁଡ଼ି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ ନାହିଁ। କିନ୍ତୁ କାକୁଡ଼ି ଖାଇବା ପରେ ଯଦି ଆପଣ ପାଣି ପିଉଛନ୍ତି ତେବେ ଡାଇରିଆ ଓ ଲୁଜ୍‌ ମୋସନ୍‌ ଭଳି ସମସ୍ୟା ଦେଖାଯାଇପାରେ। ଏଣୁ କାକୁଡ଼ି ଖାଇବାର ୨୦ ମିନିଟ୍‌ ଯାଏଁ ପାଣି ନ ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ଖରାଦିନେ କାକୁଡ଼ି ଖାଇ ସାରିବା ପରେ ତୁରନ୍ତ ଲସି ପିଅନ୍ତୁ ନାହିଁ। ଯଦି କାକୁଡ଼ି ଖାଇବା ପରେ ଲସି ପିଉଥାନ୍ତି, ତେବେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବା ଆଶଙ୍କା ରହିଛି। ଲସି ପିଇବାକୁ ଚାହୁଁଥିଲେ ଅଧଘଣ୍ଟେ କିମ୍ବା ଘଣ୍ଟାଏ ଅପେକ୍ଷା କରନ୍ତୁ ଓ ତା’ ପରେ ପିଅନ୍ତୁ।
ସେହିଭଳି କାକୁଡ଼ି ଖାଇବା ପରେ କେବେ ବି କ୍ଷୀର ପିଇବା ଉଚିତ ନୁହେଁ। କାରଣ କ୍ଷୀର ଓ କାକୁଡ଼ିକୁ ଏକାଠି ସେବନ କଲେ, ଶରୀରରେ ଉଭୟ ଥଣ୍ଡା ଓ ଗରମ ସମସ୍ୟା ସୃଷ୍ଟି କରିପାରନ୍ତି। ଫଳରେ ବ୍ୟକ୍ତିଙ୍କୁ ଜ୍ୱର, କାଶ ଓ ଅନ୍ୟ ସମସ୍ୟା ଦେଖା ଦେଇପାରେ। ଏଣୁ କେବେ ବି କାକୁଡ଼ି ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ।
ରାତିରେ କାକୁଡ଼ି ଖାଇବା ଦ୍ୱାରା ହୋଇଥାଏ କ୍ଷତି :
ରାତିରେ କାକୁଡ଼ି ଖାଇବା ଦ୍ୱାରା ହଜମ ଶକ୍ତି ସହିତ ଜଡିତ ସମସ୍ୟା ଦେଖା ଦେଇଥାଏ । ରାତିରେ କାକୁଡ଼ି ପେଟରେ ବଦହଜମି ସୃଷ୍ଟି କରିଥାଏ । ଏହା ଛଡ଼ା ରାତିରେ କାକୁଡି ଖାଇବା ଦ୍ୱାରା ନିଦ ଖରାପ ମଧ୍ୟ ହୋଇଥାଏ ।

Spread the love