ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥ ର ରୂପରେଖ

ଭୁବନେଶ୍ବର :  ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥ ର ରୂପରେଖ ବଦଳିବା ନେଇ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ‌ଗେଟ୍‌ ସମ୍ମୁଖରେ ଶୋଭା ପାଇବ ୱାଟର୍‌ ଫାଉଣ୍ଟେନ୍‌। ବାଣୀବିହାର ଓଭରବ୍ରିଜ୍‌ଠାରୁ ପ୍ରଶାସନିକ ବିଲ୍ଡିଂ ପର୍ଯ୍ୟନ୍ତ ୮ଶହ ମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶା ଆର୍କିଟେକ୍‌ ରୁଚିପୂର୍ଣ୍ଣା ଜେନା ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଫାଟକ ସମେତ ସୁରକ୍ଷା କର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଁଏ ପକ୍କା ରାସ୍ତା ଏବଂ ରାସ୍ତାର ଦୁଇ କଡ଼ରେ ୬ ଫୁଟ୍‌ ଲେଖାଏଁ ଫୁଟ୍‌ପାଥ୍‌ ରାସ୍ତା ନିର୍ମାଣ କରାଯିବ।ଏଥିସହ ବିଶ୍ବବିଦ୍ୟାଳୟ ପାଖ ଦେଇ ଯାଇଥିବା ଗଙ୍ଗୁଆ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେବ। ରାସ୍ତାର ଉଭୟ ପାର୍ଶ୍ବରେ ସବୁଜବଳୟ ସୃଷ୍ଟି କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ। ଏବେ ଥିବା ମୁଖ୍ୟ ଫାଟକକୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଏଥିପାଇଁ ବାଣୀବିହାର ଛକରେ ଥିବା ଜବରଦଖଲକୁ ଖୁବ୍‌ଶୀଘ୍ର ଉଚ୍ଛେଦ କରିବା ପାଇଁ ବିଡିଏ ଓ ବିଏମ୍‌ସିକୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଚିଠି ଲେଖିଛନ୍ତି।

 

Spread the love