ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଏସମ୍ପର୍କରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା । ମାନସ ଖୁବ ନିଷ୍ଠାର ସହ ନିଜ ଦାୟିତ୍ୱ ପ୍ରତିପାଦନ କରିଥିଲେ । ଯାହାକି ଦଳ ମଧ୍ୟରେ ତାଙ୍କ ଗୁରୁତ୍ୱ ବଢାଇଥିଲା । ତେଣୁ ଏହାର ପୁରସ୍କାର ସଦୃଶ୍ୟ ଗତ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଏବଂ ସରକାର ବର୍ତ୍ତମାନ ତାଙ୍କ ପାହ୍ୟାର ଉର୍ଣ୍ଣତ୍ତି କରି ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଅଳଙ୍କୃତ କରିଛି । ମାନସଙ୍କୁ ମିଶାଇ ୭ଜଣ ଉପଦେଷ୍ଟାଙ୍କୁ ଏହି ପାହ୍ୟା ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ ଦାୟିତ୍ୱ ନେବାପରେ ନୂତନ ମନ୍ତ୍ରୀ ମାନକୁ ଜନତାଙ୍କ ସମସ୍ତ ଅସୁବିଧା ବୁଝି ନୂତନ ଜନାଭିମୁଖୀ ଓ ଲୋକହିତକାରୀ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ପଦକ୍ଷପର ପ୍ରଚାର ପ୍ରସର କରି ଲୋକଙ୍କ ପାଖରେ ଏହା ପହଞ୍ଚେଇବା ପାଇଁ ଆଜି ମାନସ ମଙ୍ଗରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love