ମୁହାଁମୁହିଁ ବସ୍‌ ଧକ୍କା ହେବା ପରେ ଉଡ଼ିକି ପଡ଼ିଲେ ଡ୍ରାଇଭର; ସାମ୍ନାକୁ ଆସିଲା ଭିତରର ଫୁଟେଜ୍‌

ରାସ୍ତା ଉପରେ ଦୁର୍ଘଟଣା ଏବେ ଏକ ସାଧାରଣ କଥା ହୋଇଗଲାଣି। ଏହି ଦୁର୍ଘଟଣାରେ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ବି ଯାଉଛି। ତଥାପି ଲୋକମାନେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଛାଡ଼ୁ ନାହାନ୍ତି। ଏହି ଦୁର୍ଘଟଣାର ଏକ ଲାଇଭ୍‌ ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଦୁଇଟି ବସ୍‌ ମୁହାଁ ମୁହିଁ ଧକ୍କା ହେବା ବେଳର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓଟି ଏକ ସିସି ଟିଭି ଫୁଟେଜ୍‌। ଫୁଟେଜ୍‌ଟି ବସ୍‌ ଭିତରର। ଭିଡିଓରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ନଜର ଆସୁଛି ଓ ଦୁର୍ଘଟଣା ବେଳେ କ’ଣ ହୋଇଥିଲା, ତାହା ଦେଖିବାକୁ ମିଳିଛି। ବସ୍‌ଟି ଧକ୍କା ହେବା ପରେ ଡ୍ରାଇଭର ନିଜ ସିଟ୍‌ରୁ ଉଡ଼ିକି ଆସି ପାଖ ସିଟ୍‌ରେ ପଡ଼ୁଥିବା ଦେଖାଯାଇଛି। ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ମେ’ ୧୭ ମଙ୍ଗଳବାର ଦିନ ହୋଇଛି। ଖବର ମୁତାବକ, ୩୦ ଯାତ୍ରୀଙ୍କୁ ନେଇ ବସ୍‌ ଖୁବ୍‌ ସ୍ପିଡ୍‌ରେ ଯାଉଥିଲା। ଏହି ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆଉ ଏକ ପ୍ରାଇଭେଟ୍‌ ବସ୍‌କୁ ଧକ୍କା ଦେଇଥିଲା। ଅନ୍ୟ ବସ୍‌ଟି ଥିରୁଚିଂଗୋଡ୍‌ରୁ ଆସୁଥିଲା ଓ ଏଥିରେ ୫୫ ଜଣ ଛାତ୍ରଛାତ୍ରୀ ଥିଲେ।

ଏହି ଭିଡିଓରେ ଦେଖାଯାଇଛି ଯେ ବସ୍‌ଟି ସାଧାରଣ ଭାବେ ଯାତ୍ରୀଙ୍କୁ ନେଇ ଯାଉଛି। ଡ୍ରାଇଭର ବସ୍‌ ଚଲାଉଥିବା ବେଳେ ପାଖରେ କିଛି ଯାତ୍ରୀ ବସିଛନ୍ତି। ଠିକ୍‌ ଏହି ସମୟରେ ଆଉ ଏକ ବସ୍‌ ହଠାତ୍‌ ଦ୍ରୁତ ବେଗରେ ଆସି ଧକ୍କା ହେଉଛି। ଏହି ଧକ୍କାର ପ୍ରଭାବ ଏତେ ଜୋରଦାର ଥିଲା ଯେ ବସ୍‌ ଡ୍ରାଇଭର ନିଜ ସିଟ୍‌ରୁ ଉଡ଼ିକି ଆସି ପାଖ ସିଟ୍‌ ପାଖରେ ପଡ଼ୁଛନ୍ତି। ସେ ହଠାତ୍‌ ବୁଝିପାରୁନାହାନ୍ତି କ’ଣ ହେଲା। ତା’ ପରେ ଡାହାଣ ପଟରୁ ଚାହିଁବାରୁ ଦେଖୁଛନ୍ତି ଆଉ ଏକ ବସ୍‌ ତାଙ୍କ ବସ୍‌କୁ ଧକ୍କା ଦେଇଛି। ଏହା ପରେ ନିକଟସ୍ଥ ଲୋକମାନେ ଦୌଡ଼ା ଦୌଡ଼ି ହୋଇ ଆସି ବସ୍‌ ପାଖରେ ପହଥି ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ତେବେ ବସ୍‌ ଭିତରର ସିସିଟିଭି ଫୁଟେଜ୍‌ରୁ ଦୁର୍ଘଟଣା ପରର ସ୍ଥିତି ସାମ୍ନାକୁ ଆସିଛି। ଏହି ଭିଡିଓକୁ ଟ୍ଵିଟରରେ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ସେୟାର କରାଯାଇଛି।

Spread the love