ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗରେ କଡା ପ୍ରତିକ୍ରିୟା ଦେଲେ ସମ୍ବିତ ପାତ୍ର

ଶ୍ରୀମନ୍ଦିରରେ ବିବାଦୀୟ ପରିକ୍ରମା ପ୍ରକଳ୍ପର ନିଷିଦ୍ଧାଞ୍ଚଳରୁ ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ସତ କେବେ ଲୁଚି ରହେନା, ସତ୍ୟ ପ୍ରକାଶିତ ଓ ପ୍ରତିପାଦିତ ହୁଏ । ରାଜ୍ୟ  ସରକାର କଳାପାହାଡିଆ ମାନସିକତାରେ ରହିଛନ୍ତି ।  ଏମାର ମଠ 75 ମିଟର ନିଷିଦ୍ଧାଞ୍ଚଳରୁ ପ୍ରାଚୀନ ଭଗ୍ନ ସିଂହ ମୂର୍ତ୍ତି  ମିଳିଛି।  ଯାହା ଚିନ୍ତାର ବିଷୟ।

ଏହି ସିଂହ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ଓଡ଼ିଶା ଏବଂ ଇତିହାସ ସାଙ୍ଗରେ ହେଉଥିବା ଅନ୍ୟାୟ ସମସ୍ତେ ଦେଖୁଛନ୍ତି ।  ରାଜ୍ୟ ସରକାର ଖନନ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରିନଥିଲେ ।  ଆମେ ଇତିହାସ ସୁରକ୍ଷିତ ନ ରଖିପାରିଲେ, ଭବିଷ୍ୟତ ପିଢି କ୍ଷମା ଦେବେନି । ସରକାରଙ୍କ ଜିଦଖୋର ମନଭାବ ଯୋଗୁଁ ଏପରି ସ୍ଥିତି ଦେଖବାକୁ ମିଳୁଛି ବୋଲି କହିଛନ୍ତି ସେ । ବୈଜ୍ଞାନିକ ପଦ୍ଧତିକୁ ବାଦ ଦେଇ ଜିଦରେ କାମ କରିବା ଉଚିତ ନୁହେଁ । ଖନନ ବେଳେ ପୁରାତନ ଅବଶେଷାଂଶକୁ ହୋଇଥିବା କ୍ଷତି ସତରେ ପରିଣତ ହୋଇଛି । ଖଣ୍ଡିତ ସିଂହ ଓଡ଼ିଆ ଜାତିର ବ୍ୟାକୁଳତାକୁ ଗର୍ଜନ କରି କହୁଛି।  ସିଂହ ଗର୍ଜନ କରିକି କହୁଛି ମୁଁ ଏଠାରେ ଅଛି, ମୁଁ ଖଣ୍ଡିତ ହୋଇଛି । ଗଙ୍ଗବଂଶର ପୁରାତନ ଅବଶେଷ ନଷ୍ଟ ହେବା ନିଶ୍ଚିତତାରେ ପରିଣତ ହୋଇଛି । ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି  ସମ୍ବିତ ।

Spread the love