27ରେ ଓସିଏ ନିର୍ବାଚନ

ଆସନ୍ତା  27 ତାରିଖରେ ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି ।ମଜୁମଦାରଙ୍କ ସୂଚନାନୁଯାୟୀ, ଆସନ୍ତା 27 ତାରିଖରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ ।  ଓସିଏର 6ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ଏଥିପାଇଁ 20 ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରାଯିବ  । ସେହିପରି 21 ତାରିଖରେ ପାର୍ଥୀପତ୍ର ଯାଂଚ ହେବ  । ଏତତ୍ ବ୍ୟତୀତ 22 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  । ଏନେଇ 15 ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି  । ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର  ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା ।  ଏପରିକି ବୟସ ଅଧିକ ଥିବା ବ୍ୟକ୍ତିଙ୍କୁ ସଭାପତି ପଦରୁ ବାହାର କରାଯାଇଥିଲା ।  

Spread the love