କାଠ ଫାଳିଆରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ଉଦଳା : ସ୍ୱାମୀକୁ ପିଟିପିଟି ମାରିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶିରିଆପାଳ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଶିରିଆପାଳ ଗାଁର ଲାଦୁରା ସିଂ । କୌଣସି କାରଣକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡା ଏତେ ଭୟଙ୍କର ଥିଲା ଯେ, ସ୍ତ୍ରୀ ଏକ କାଠ ଫାଳିଆରେ ସ୍ୱାମୀ ଲାଦୁରାଙ୍କ ମୁଣ୍ଡକୁ ବାଡେଇଥିଲେ ।

ହତ୍ୟା ପରେ ପିଲାଙ୍କୁ ଧରି ଅଭିଯୁକ୍ତ ସ୍ତ୍ରୀ ଗୁରୁବାରୀ ଘଟଣାସ୍ଥଳରୁ ଫେରାର ହେଇଯାଇଛି । ଶରତ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଛି।

Spread the love