ଇଣ୍ଡିଗୋର ନୂଆ ସିଇଓ ପିଟର ଏଲବର୍ସ

ନୂଆଦିଲ୍ଲୀ: ବେସରକାରୀ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ତାହାର ନୂଆ ସିଇଓ ଭାବରେ ପିଟର ଏଲବର୍ସଙ୍କୁ ନିଯୁକ୍ତି ଦେଇଛି। ପିଟର ୨୦୧୪ରୁ କେଏଲ୍‍ଏମ ରୟାଲ ଡଚ୍‍ ଏୟାରଲାଇନ୍ସର ପ୍ରେସିଡେଣ୍ଟ ଏବଂ ସିଇଓ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଗତକାଲି ଇଣ୍ଡିଗୋ ପିଟରଙ୍କ ନାମ ଏହାର ନୂଆ ସିଇଓ ଭାବରେ ଘୋଷଣା କରିବା ସହିତ ବୈଧାନିକ ଅନୁମୋଦନ ପରେ ସେ ଅକ୍ଟୋବର ୧ ତାରିଖରୁ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଛି।

Spread the love