ବାପାଙ୍କ ନାମରେ ଥିବା ସ୍କୁଟି ଚଲାଇ ଜରିମାନା ଦେଲା ଝିଅ

ଭଦ୍ରକ ସହରରେ ଟ୍ରାଫିକ ପୋଲିସ ଓ ପରିବାହନ ପକ୍ଷରୁ କଡାକଡି ଯାଂଚ କରାଯାଇଛି । ଆଜି ସଂଧ୍ୟାରେ ପୋଲିସ ହାବୁଡରେ ନିୟମ ଉଲଙ୍ଘନ କରିଥିବାରୁ ଜଣେ ଯୁବତୀ ଧରା ପଡିଛନ୍ତି । ତାଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ସବୁଠାରୁ ବଡ କଥା ହେଲା ଯେ ବାପାଙ୍କ ନାମରେ ଥିବା ସ୍କୁଟି ଚଲାଇବା ଦ୍ୱାରା ତାଙ୍କୁ ୫ହଜାର ଟଙ୍କା ଗଣିବାକୁ ପଡିଛି ।  ଭଦ୍ରକ ସହରରେ ପୋଲିସ ଓ ଆରଟିଓ ମିଳିତ ଭାବେ ଚେକିଂ କରୁଥିଲେ । ଉଭୟ ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ ଓ ସିଟ୍ ବେଲ୍ଟ ଚେକିଂ କରୁଥିଲେ । ସେହି ସମୟରେ ଜଣେ ଯୁବତୀ ବିନା ହେଲମେଟରେ ସ୍କୁଟି ନେଇ ଯାଉଥିଲେ । ଏହା ଦେଖି ପୋଲିସ ତାଙ୍କୁ ଧରିଥିଲା । ଏପରିକି ୧୩ହଜାର ୫୦୦ ଟଙ୍କା ଫାଇନ ଲଗାଇଥିଲା । ହେଲମେଟ୍, ବିନା ଲାଇସେନ୍ସ, ଓ ପଲ୍ୟୁସନ ସାର୍ଟିଫିକେଟ ନଥିବାରୁ ତାଙ୍କୁ ଏସବୁ ଜରିମାନା ଲଗାଯାଇଥିଲା । ସବୁଠାରୁ ବଡ କଥା ହେଲେ ଯେ ସେ ଯେଉଁ ସ୍କୁଟି ଚଳାଇଥିଲେ ତାହା ତାଙ୍କର ପିତାଙ୍କ ନାମରେ ଥିଲା । ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଲାଗିଛି ।

ସରକାର ନୂଆ ଟ୍ରାଫିକ ନିୟମ ଲାଗୁ କରିବା ପରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ସିଟ୍ ବେଲ୍ଟ, ଓଭର ଟେକିଂ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଂଚ କରିବାକୁ କୁହାଯାଇଥିଲା । କିନ୍ତୁ ଅଭିଭାବକଙ୍କ ନାମରେ ଥିବା ଗାଡି ଆଉ କେହି ଚଳାଇପାରିବେନି ବୋଲି କେଉଁଠି କୁହା ଯାଇନଥିଲା । ଏପରିକି ଯଦି ଏପରି କିଛି ନିୟମ ଅଛି ସେନେଇ ସଚେତନ ମଧ୍ୟ କରାଯାଇନଥିଲା । ତେବେ ପୋଲିସର ଏହି ଜରିମାନାକୁ ନାପସନ୍ଦ କରାଯାଇଛି ।

Spread the love