‘ଓି୍ୱମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ଟାଇଟଲ୍ ହାସଲ କଲେ ସୋଆ ଫ୍ୟାକଲ୍ଟି

ଭୁବନେଶ୍ୱର,୧୯/୦୫: ମୁମ୍ବାଇଠାରେ ନିକଟରେ ଅନୁଷ୍ଠିତ ‘ଇଂଟରନ୍ୟାସ୍‌ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି  ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍‌ଷ୍ଟାନ୍ସ’ କ୍ରାଉନ୍‌ରେ ଭୂଷିତ ହୋଇଛନ୍ତି। ସମ୍ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟାଲେଂଟ ରାଉଣ୍ଡ, ଫଟୋସୁଟ୍ ଏବଂ ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ସମେତ ଅନ୍ୟଦେଶରୁ ପ୍ରାୟ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

Spread the love