ମାଡ଼ି ଚାଲିଛି ମଙ୍କିପକ୍ସ ଭୂତାଣୁ

ନୂଆଦିଲ୍ଲୀ : ମଙ୍କିପକ୍ସ ଏକ ନୂଆ ପ୍ରକାର ଭୂତାଣୁ।ଭୟଙ୍କର କରୋନା ମହାମାରୀ ପରେ ନୂଆ ପ୍ରକାର ଭୂତାଣୁ ନାଁ ଶୁଣିଲେ ମନରେ ଛନକା ପଶୁଛି । ଏପଟେ କିନ୍ତୁ ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭୂତାଣୁ । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କଲାଣି । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି । ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ହେଲେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ଏହା ପରଠାରୁ ଆଉ ୮ ଜଣ ସଂକ୍ରମିତ ହୋଇଥିବା ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ।ସ୍ପେନ ଓ ପର୍ତ୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ବଡକଥା ହେଉଛି ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ଏହା ମଣିଷଙ୍କୁ ସଂକ୍ରମିତ ହୋଇଥାଏ । କିମ୍ବା ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ, ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବାର ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ରୋଗୀଙ୍କ ବିଛଣା, ପୋଷାକ ମାଧ୍ୟମରେ ବି ଏହା ବ୍ୟାପିପାରେ ।

Spread the love