ଗାଡି ପାର୍କିଂକୁ ନେଇ ବାପ ଓ ପୁଅଙ୍କୁ ଗୁଳିମାଡ

ନୂଆପଡା ୨୧/୦୫: ନୂଆପଡା ଜିଲ୍ଲା ସିନାପାଲିରେ ଫୁଟିଲା ଗୁଳି । ଗୁଳିମାଡରେ ବାପ ଓ ପୁଅ ଗୁରୁତର । ଘଟଣାସ୍ଥଳରେ ଖଡିଆଳ SDPO ଙ୍କ ତଦନ୍ତ ଆରମ୍ଭ । ସୂଚନା ଥାଉକି, ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ଉଭୟ ବାପ ପୁଅଙ୍କ ଜଙ୍ଘରେ ବାଜିଛି ଗୁଳି ।

ବର୍ତ୍ତମାନ ଚିକିତ୍ସା ପାଇଁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ପଷ୍ଟ ନଜର ରଖିଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

Spread the love