ରାମ ଜେଠମଲାନୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠ ମଲାନୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ଜେଠମଲାନୀ ଜଣେ ଦକ୍ଷ ଆଇନଜୀବୀ ସହ ଆଗଧାଡିର ରାଜନେତା ଭାବେ ବେଶ ଜଣଶୁଣା ଥିଲେ । ସେ ସୁପ୍ରିମକୋର୍ଟରେ ଇନ୍ଦିରାଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହଟ୍ଟା, ଡନ୍ ହାଜି ମସ୍ତାନ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢି ଖ୍ୟାତି ଅର୍ଜନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ସରକାର ସମୟରେ ସେ ସହର ବିକାଶ ଓ ଆଇନ ମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ ।

ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Spread the love