ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ: ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ଆଜି ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ ୧୨ଟି ଦଉଡ଼ି ଏକ ଗାଡ଼ିରେ ଆସି ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ଦଉଡ଼ି ଗ୍ରହଣ କରିଛନ୍ତି ।

Spread the love